ଅଢେଇ କୋଟି ଗଛ ଲଗାଇବେ ମିସନ ଶକ୍ତି ମହିଳା

ଶକ୍ତି ମହିଳା

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ  ମିଶନ ଶକ୍ତିର ମହିଳାମାନେ ଅଢେଇ କୋଟି ଗଛ ଲଗାଇବେ।ଏନେଇ ହର୍ଟି କଲଚର,ଏଗ୍ରି କଲଚର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡ଼ିକୁ ମିଶନ ଶକ୍ତି ମା’ମାନଙ୍କୁ ଯୋଗାଇ ଦେବାକୁ ବିଭାଗ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚିଠି ଲେଖିବେ ।

 

Leave a Reply

Your email address will not be published. Required fields are marked *