ଆମେରିକାକୁ ୧୦ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଆମେରିକାକୁ ୧୦ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ସୁପର-୮ର ଏକ ମ୍ୟାଚରେ ଆମେରିକାକୁ ୧୦ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଇଂଲଣ୍ଡ ଦ୍ବାରା ଆମେରିକା ଆଗରେ ୧୧୬ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡ ମାତ୍ର ୯.୪ ତମ ଓଭରରେ ମ୍ୟାଚ ଜିତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଜସ୍ ବଟଲର ୮୩ ରନ ଓ ଫିଲିପ୍ ସଲ୍ଟ ୨୫ ରନ କରିଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ମାତ୍ର ୯ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ୪୩ ରନରେ ୨ୟ ଓ୍ବିକେଟ ହରାଇଥିଲା ।

Leave a Reply

Your email address will not be published. Required fields are marked *