ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World NewsIndia News

ଇସ୍ରାଏଲ-ଆମେରିକାର ୫୫ ଠିକଣାକୁ ଟାର୍ଗେଟ କଲା ଇରାନ୍

ଇରାନ ଶନିବାର ଇସ୍ରାଏଲ ସମେତ କେତେକ ଉପସାଗରୀୟ ଦେଶରେ ଥିବା ଆମେରିକାର ସେନାଘାଟି ଉପରେ ଆକ୍ରମଣ କରିଛି । ଇରାନ ସେନା ଆଇଆରଜିସି କହିଛି କି ୫୫ଟି ଠିକଣା ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି । ଅନ୍ୟ କେତେକ ସ୍ଥାନରେ ପ୍ରବଳ ଧୂଆଁ ମଧ୍ୟ ଉଠିଥିଲା । ଇସ୍ରାଏଲର ବେନ ଗୁରିଏନ ଆନ୍ତର୍ଜାତିକ ବିମାନବନ୍ଦର ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏଠାରୁ ବିମାନ ଉଡ଼ାଣ ଓ ଅବତରଣ ପ୍ରଭାବିତ ହୋଇଛି । ଇରାକର ରାଜଧାନୀ ବାଗଦାଦରେ ମଧ୍ୟ ଇରାନ ଡ୍ରୋନ ଆକ୍ରମଣ କରିଛି । ଗୁଇନ୍ଦା ସଂସ୍ଥାର ଏକ କାର୍ଯ୍ୟାଳୟକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଏଥିରେ ଜଣେ ସରକାରୀ ଅଧିକାରୀଙ୍କ ମୃତୁ୍ୟ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି । ଏଠାରେ ଇରାକ ଓ ଆମେରିକୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି । ସେହିଭଳି ଆଉ ଏକ ଡ୍ରୋନ ଘରୋଇ ସ୍ପୋର୍ଟସ କମ୍ପ୍ଲେକ୍ସରେ ପଡିଛି । ସାଉଦି ଆରବ ଓ କୁଏତର ଏକାଧିକ ସ୍ଥାନ ଉପରେ ମିସାଇଲ୍ ଏବଂ ଡ୍ରୋନ ଆକ୍ରମଣ ହୋଇଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *