ଇସ୍ରୋ ପୁନଃ ବ୍ୟବହାର ଯୋଗ୍ୟ ଲଞ୍ଚ ଭେଇକିଲର ସଫଳ ପରୀକ୍ଷଣ

ଇସ୍ରୋ

ଇସ୍ରୋ ପକ୍ଷରୁ ପୁନଃ ବ୍ୟବହାରକ୍ଷମ ଲଞ୍ଚ ଭେଇକିଲର ୩ୟ ସଫଳ ପରୀକ୍ଷଣ ହୋଇଛି । ଏହି ଭେଇକିଲଟି ସଫଳ ଭାବେ ଲ୍ୟାଣ୍ଡ କରିବାକୁ ସକ୍ଷମ ହୋଇଛି । ପ୍ରବଳ ପବନ ସତ୍ତ୍ୱେ ୪.୫ କିମି ଉଚ୍ଚରେ ପୁଷ୍ପକ ରିଲିଜ ହେବା ସହ ରନୱେରେ ସିଧାଳଖ ଲ୍ୟାଣ୍ଡ କରିଥିଲା । କର୍ଣ୍ଣାଟକର ଚିତ୍ରଦୁର୍ଗରେ କରାଯାଇଛି ଏହି ପରୀକ୍ଷଣ । ଏହା ପୂର୍ବରୁ ପ୍ରଥମ ପରୀକ୍ଷଣ ଗତ ବର୍ଷ ଏପ୍ରିଲରେ ଏବଂ ଦ୍ୱିତୀୟ ପରୀକ୍ଷଣ ୨୦୨୪ ମାର୍ଚ୍ଚରେ ହୋଇଥିଲା ।

Leave a Reply

Your email address will not be published. Required fields are marked *