କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ;ଓସେପା ମେରିଟ ଲିଷ୍ଟ କାଏମ

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ମଙ୍ଗଳବାର ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ମାମଲାର ଶୁଣାଣି କରି ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁଣାତ୍ମକ ଶିକ୍ଷା ପାଇଁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ତଥା ମେଧାବୀ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏହି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ବର୍ଷ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା ବହୁ ଆଶାୟୀ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି।

One thought on “କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ;ଓସେପା ମେରିଟ ଲିଷ୍ଟ କାଏମ

Leave a Reply

Your email address will not be published. Required fields are marked *