ଘାତକ ପାଲଟୁଛି ମାଇକ୍ରୋପ୍ଲାଷ୍ଟିକ

ଘାତକ ପାଲଟୁଛି ମାଇକ୍ରୋପ୍ଲାଷ୍ଟିକ

କଣ ଆପଣ ଜାଣନ୍ତି, ଆପଣ ପ୍ରତିଦିନ ଯେଉଁ ଲୁଣ ଏବଂ ଚିନି ଖାଉଛନ୍ତି ତାହା ଶରୀର ପାଇଁ କେତେ କ୍ଷତିକାରକ । ଆମେ ପ୍ରତିଦିନ ଆମ ଜାଣନ୍ତରେ କିମ୍ବା ଅଜାଣନ୍ତରେ ମାଇକ୍ରୋ ପ୍ଲାଷ୍ଟିକ  ବା ପ୍ଲାଷ୍ଟିକର ସୂକ୍ଷ୍ମ କଣିକାକୁ ଆମ ଶରୀର ମଧ୍ୟକୁ ନେଉଛେ । ପରିବେଷ ଗବେଷଣା କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ଟକ୍ସିକ୍ସ ଲିଙ୍କ ନିକଟରେ ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି । ଭାରତୀୟ ବଜାରରେ ବିକ୍ରି ହେଉଥିବା ପ୍ରତି ବ୍ରାଣ୍ଡର ଲୁଣ ଏବଂ ଚିନିରେ ମାଇକ୍ରୋ ପ୍ଲାଷ୍ଟିକର କଣିକା ମିଳିଛି । ଲୁଣର ୧୦ ଏବଂ ଚିନିର ୫ ବ୍ରାଣ୍ଡ ଉପରେ ଏହି ରିସର୍ଚ୍ଚ କରାଯାଇଛି । ଆୟୋଡିନ ଲୁଣରେ ସବୁଠରୁ ବେଶି ମାଇକ୍ରୋ ପ୍ଲାଷ୍ଟିକ ମିଳିଛି । କେବଳ ଖାଲି ବ୍ରାଣ୍ଡେଡ୍ ନୁହେଁ ବଜାରରେ ମିଳୁଥିବା ବିନା ବ୍ରାଣ୍ଡେଡ୍ ଲୁଣ ଓ ଚିନିରେ ମଧ୍ୟ ପ୍ଲାଷ୍ଟିକର କଣିକା ମିଳିଛି । ଏହି ମାଇକ୍ରୋ ପ୍ଲାଷ୍ଟିକ ଆକାର ୦.୧ ଏମ୍‌ଏମ୍‌ରୁ ୫ ଏମ୍‌ଏମ୍ । ଏହା ବହୁ ରଙ୍ଗ, ପତଳା ଏବଂ ଝିଲୀ ରୁପରେ ରହିଥାଏ । 

ତେବେ ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ମାଇକ୍ରୋପ୍ଲାଷ୍ଟିକ କାହିଁକି ଆମ ଶରୀର ପାଇଁ କ୍ଷତିକାରକ? 

ପ୍ରଥମତଃ ମାଇକ୍ରୋ ପ୍ଲାଷ୍ଟିକ ହାନିକାରକ କେମିକାଲ ଛାଡିଥାଏ ।  ଏବେ ପ୍ରତି ସ୍ଥାନରେ ମାଇକ୍ରୋ ପ୍ଲାଷ୍ଟିକର ଉପସ୍ଥିତି ରହିଛି । ଏହା  ପବନ, ଜଳ  ଏବଂ ଖାଇବା ଜରିଆରେ ଆମ ଶରୀରରେ ପ୍ରବେଶ କରୁଛି । ଏହା ଶୀରରେ ପ୍ରବେଶ ଯୋଗୁ କ୍ୟାନସର ହେବାର ଢ଼େର ଆଶଙ୍କା ରହିଛି । ସେହିଭଳି ପ୍ରଜନନରେ ସମସ୍ୟା, ଡାଏବେଟିସ, ହୃଦରୋଗ, ଫୁସଫୁସରେ ସମସ୍ୟା ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା  ଉପୁଜିଥାଏ । ଖାଲି ଯେ, ମାଇକ୍ରୋ ପ୍ଲାଷ୍ଟିକ ମଣିଷ ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ତାହା ନୁହେଁ। ପରିବେଷ ପାଇଁ ଅଧିକ କ୍ଷତିକାରକ। ଏବେ ଲୁଣ ଓ ଚିନି  ଭଳି ଦୈନଦିନ ବ୍ୟବହାର ଆସୁଥିବା ସାମଗ୍ରିରେ ଏହା ମିଳିବା ଯୋଗୁ ଚିନ୍ତା ବଢ଼ିଛି ।  

ତେବେ ଏହାକୁ ନେଇ କଣ କୁହନ୍ତି ବିଶେଷଜ୍ଞ ତା ଉପରେ ଚାଲନ୍ତୁ ନଜର ପକାଇବା । ଏବେ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ଉତ୍ପାଦ ଏବଂ ଖାଦ୍ୟରେ ବହୁଳ ମାତ୍ରାରେ ମାଇକ୍ରୋ ପ୍ଲାଷ୍ଟିକ ଆମ ଶରୀରକୁ ପବେଶ କରୁଛି । ମାଇକ୍ରୋ ପ୍ଲାଷ୍ଟିକ ଏତେ ସୂକ୍ଷ୍ମଯେ ଭାଇରସ ଏବଂ ବ୍ୟାକ୍ଟେରିଆଙ୍କ ଭଳି ଖାଲି ଆଖିକୁ ଦେଖାଯାଏନାହିଁ । ଏମିତିକି ଆମ ନିଶ୍ୱାସରେ ମଧ୍ୟ ମାଇକ୍ରୋ ପ୍ଲାଷ୍ଟିକ ଶରୀରକୁ ପ୍ରବେଶ କରିଥାଏ । ତେବେ ଖାଦ୍ୟ ସାମଗ୍ରୀରେ ମାଇକ୍ରୋ ପ୍ଲାଷ୍ଟିକକୁ ନିୟନ୍ତ୍ରଣ କରାଯାଇପାରିବ । ଉତ୍ପାଦ ଗୁଡିକର ଶୋଧନ ପ୍ୟାକେଜିଂ ବେଳେ ମାଇକ୍ରୋପ୍ଲାଷ୍ଟିକୁ ନିୟନ୍ତ୍ରଣ କଲେ ଏହା ଖାଦ୍ୟ ସାମଗ୍ରୀରେ କମ୍ ପରିମାଣରେ ଆସିପାରିବ । ଏବେ ଗର୍ଭବତୀ ମହିଳାଙ୍କ ଜରିଆରେ ଜନଜାତ ଶିଶୁଙ୍କ ମଧ୍ୟରେ ଏଭଳି ଉପାଦାନ ମିଳୁଛି । ମଣିଷର ପ୍ରତି ଅଙ୍ଗରେ ପହଞ୍ଚି ଯାଇଛି ଏହି କ୍ଷତିକାରକ ଉପାଦାନ । ଫଳରେ କ୍ୟାସନର ଡିଏନ୍‌ଏରେ ପରିବର୍ତ୍ତନ , ପେଟ ଖରାପ ହେବା, ନିଶ୍ୱାସ ପ୍ରଶ୍ୱାସରେ ସମସୃା, ଏଣ୍ଡୋକ୍ରାଇନରେ ସମସ୍ୟା ଯୋଗୁ ହର୍ମୋନ ଅସନ୍ତୁଳନ ଦେଖାଯାଉଛି । ଏବେ କମ୍ ବୟସରେ କ୍ୟାନସର ଦେଖାଯାଉଛି ।  

ତେବେ ଏହି ସମସ୍ୟାର ପ୍ରଭାବକୁ କିପରି କମ୍ କରିବା?

ବିଶେଷଜ୍ଞ ପରାମର୍ଶ ଅନୁସାରେ, ଆମକୁ ପ୍ରଚୁର ପରିମାଣର ପାଣି ପିଇବାକୁ ହେବ । ପାଣି ଆମ ଶରୀରର କ୍ଷତିକାରକ ଉପାଦାନକୁ କମ୍ କରିଥାଏ । ଏହା ଦ୍ୱାରା କିଡନୀ ଏବଂ ଲିଭରର କୁଶଳତା ଜାରି ରହେ । ଭିଟାମିନ ସି ବ୍ୟବହାର କରନ୍ତୁ । ତଟକା ଫଳ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ । ଏହା ଆମ ଶରୀରକୁ ବାହାରୁ ଯାଉଥିବା ମାଇକ୍ରୋ ପ୍ଲାଷ୍ଟିକ ଭଳି ମାରାତ୍ମକ ତତ୍ୱର ପ୍ରଭାବକୁ କମ୍ କରିଥାଏ । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କମ କରୁନ୍ତୁ । ଷ୍ଟିଲ, ଗ୍ଲାସର ବ୍ୟବହାର କରନ୍ତୁ । ପ୍ଲାଷ୍ଟିକୁ ଏତେଣେ ନ ଫୋପାଡି ତାର ସଠିକ୍ ପରିଚାଳନା କରିବା ଦ୍ୱାରା ଏହା ଜଳ ଉତ୍ସରେ ମିଶିବାକୁ ସକ୍ଷମ ହୋଇ ନ ଥାଏ । ଫଳରେ ଜଳ ଉତ୍ସରେ ମାଇକ୍ରୋପ୍ଲାଷ୍ଟିକ ମିଶିବା କମ୍ ହୋଇଥାଏ । ଏହା ନିୟନ୍ତ୍ରଣ ନ ହେବାରୁ ଉଭୟ ଜଳ ଏବଂ ପନିପରିବାରେ ମାଇକ୍ରୋ ପ୍‌ାଷ୍ଟିକ ଆସୁଛି । ଏହି ସମସ୍ୟାର ସମାଧାନ ଲାଗି ଉଭୟ ପ୍ରଶାସନ ଏବଂ ଲୋକମାନେ ମିଳିତ ହୋଇ ଲଢ଼େଇ କରିବାର ଆଶ୍ୟକତାରହିଛି ।  ଚାଲନ୍ତୁ ପଣ କରିବା ଯଥା ସମ୍ଭବ ପ୍‌ଲାଷ୍ଟିକ ବ୍ୟବହାର କମ୍ କରିବା, ପ୍ପରିବେଶରୁ ମାଇକ୍ରୋପ୍ଲାଷ୍ଟିକ ବ୍ୟାପିବାରେ ନିୟନ୍ତ୍ରଣ ଲଗାଇବାରେ ସକ୍ରିୟ ଯୋଗଦାନ ଦେବା । 

 

Leave a Reply

Your email address will not be published. Required fields are marked *