ତାଇୱାନକୁ ବିନା ଯୁଦ୍ଧରେ ଘେରିବ ଚୀନ

ତାଇୱାନକୁ ବିନା ଯୁଦ୍ଧରେ ଘେରିବ ଚୀନ

ତାଇୱାନକୁ ନିଜ ଦେଶ ସହ ମିଶାଇବା ପାଇଁ ଚୀନ ଏବେ ଜୋରଦାର ପ୍ରୟାସ କରୁଛି । ତେବେ ଏଥି ପାଇଁ ଡ୍ରାଗନ ଯୁଦ୍ଧ ରାସ୍ତା ଆପଣାଇ ନ ପାରେ । ଏକ ସହଜ ରାସ୍ତାରେ ତାଇୱାନକୁ ସାରା ବିଶ୍ୱରୁ ବିଛିନ୍ନ କରିବାକୁ ଚୀନ ଏବେ ଯୋଜନା ବନାଉଥିବା ରିପୋର୍ଟ ସାମ୍ନାକୁ ଆସିଛି । ବିଶେଷ କରି ତାଇୱାନର ଅର୍ଥନୀତିକୁ ଦୁର୍ବଳ କରି ଏହାକୁ ଚୀନ ନିକଟରେ ହାର୍ ମାନିବାକୁ ବାଧ୍ୟ କରିବ ବୋଲି କୁହାଯାଉଛି । ସିଏନ୍ଏନ୍ ର ୱାଶିଂଟନର ଏକ ଥିଙ୍କ ଟ୍ୟାଙ୍କ ରିପୋର୍ଟ ମୁ୍ତାବକ, ଚୀନ ତାଇୱାନକୁ କବଜା କରିବାକୁ ଯୁଦ୍ଧ ଘୋଷଣା କରିପାରେ କିମ୍ବା ତାଇୱାନକୁ ଚାରିପଟୁ ସୈନ୍ୟବାହୀନି ଦ୍ୱାରା ଘେରିପାରେ । ସେହି କ୍ୱାରେନଣ୍ଟାଇନ ବା ସାରା ବିଶ୍ୱରୁ ତାଇୱାନକୁ ବିଛିନ୍ନ କରିବା ଭଳି ପନ୍ଥା ମଧ୍ୟ ଡ୍ରାଗନ ଆପଣାଇପାାରେ । ଏଭଳି ହେଲେ ଆମେରିକା ମଧ୍ୟ ତାଇୱାନକୁ ସୁରକ୍ଷା ଦେଇ ପାରିବ ନାହିଁ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *