ନିଟ ପେପର୍ ଲିକ୍ ମାମଲା;୨ ଶିକ୍ଷକ ଅଟକ

ନିଟ ପେପର୍ ଲିକ୍ ମାମଲା;୨ ଶିକ୍ଷକ ଅଟକ

ନିଟ  ପେପର୍ ଲିକ୍ ମାମଲାରେ ବିହାର ପରେ ଏବେ ମହାରାଷ୍ଟ୍ରର ଲିଙ୍କ ସାମ୍ନାକୁ ଆସିଛି। ଧରାପଡିଛନ୍ତି ଦୁଇ ଜଣ ଶିକ୍ଷକ।ମହାରାଷ୍ଟ୍ରର ଲାତୁରରୁ ଦୁଇଜଣ ଶିକ୍ଷକଙ୍କୁ ନନ୍ଦେଡ ଏଟିଏସ୍‌ ଅଟକ ରଖିଛି। ଉଭୟ ଶିକ୍ଷକ NEET ପେପର୍‌ ଲିକ୍ ମାମଲାରେ ସମ୍ପୃକ୍ତ ଥିବା ଏଟିଏସ୍ ସନ୍ଦେହ କରୁଛି। ସନ୍ଦେହ ଆଧାରରେ ଉଭୟ ଶିକ୍ଷକଙ୍କୁ ଶନିବାର ରାତିରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।ସୂଚନା ମୁତାବକ, ଅଟକ ଥିବା ଦୁଇ ଶିକ୍ଷକ ହେଲେ ସଞ୍ଜୟ ତୁକାରାମ ଯାଦବ ଓ ଜଲିଲ ଉମରଖାନ ପଠାନ। ଉଭୟ ଲାତୁରରେ ଏକ ଘରୋଇ କୋଚିଂ କ୍ଲାସ୍ ଚଳାନ୍ତି। 

 

Leave a Reply

Your email address will not be published. Required fields are marked *