ଜୁନ ୮ରେ ଓଡ଼ିଶାକୁ ସ୍ପର୍ଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶେଷରେ ରବିବାର ପୂରା ରାଜ୍ୟରେ ସକ୍ରିୟ ହୋଇଛି। ଜୁନ ୮ରେ ମୌସୁମୀ ମାଲକାନାଗିରି ସମେତ ଦକ୍ଷିଣ ପ୍ରାନ୍ତର କିଛି ଜିଲ୍ଲାକୁ ଛୁଇଁଥିଲା। କିନ୍ତୁ ମୌସୁମୀ ଯେତେକି ବର୍ଷିବା କଥା ସେତିକି ବର୍ଷା ହୋଇ ନଥିଲା। କିଛି ଦିନ ପାଇଁ ମୌସୁମୀ ଆଗକୁ ମଧ୍ୟ ବଢ଼ି ପାରି ନଥିଲା।ହେଲେ ରବିବାର ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି। ମୌସୁମୀ ସକ୍ରିୟ ଯୋଗୁ ରବିବାର ସକାଳୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ପାଗ ମଧ୍ୟ ମେଘୁଆ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୬ରୁ ଏହାର ପରିମାଣ ବଢ଼ିବ।
Related Posts
ସବୁ ମହିଳା ପାଇବେ ସୁଭଦ୍ରା ଯୋଜନା ଲାଭ
- Admin
- June 24, 2024
- 0
ସୁଭଦ୍ରା ଯୋଜନା’କୁ ନେଇ ବଡ଼ ଅପ୍ଡେଟ୍। ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଯୋଜନା ଉପରେ କ୍ୟାବିନେଟ୍ ମୋହର ବାଜିଥିବା …
କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ;ଓସେପା ମେରିଟ ଲିଷ୍ଟ କାଏମ
- Admin
- June 19, 2024
- 1
କନିଷ୍ଠ ଶିକ୍ଷକ ଚୟନ ମାମଲାରେ ମଙ୍ଗଳବାର ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ମାମଲାର ଶୁଣାଣି କରି ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି …
ଅଣସର ପିଣ୍ଡିରେ ମହାପ୍ରଭୁ, ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- Admin
- June 24, 2024
- 0
ଶ୍ରୀମନ୍ଦିରରେ ସ୍ନାନ ବେଦୀରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ତେଣୁ ଅଣସର ଘରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ଘରେ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି। ସେଥିପାଇଁ ରତ୍ନସିଂହାସନରେ …