ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲା ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧର ଅବସାନ ଲାଗି ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା କରାଇବାକୁ ପାକିସ୍ତାନ ରାଜିଥିବା ରବିବାର କହିଥିଲା । କିନ୍ତୁ ସୋମବାର ଇରାନ ଏହାକୁ ଅଗ୍ରାହ୍ୟ କରିଛି । ପାକିସ୍ତାନ ନେତୃତ୍ୱାଧୀନ କୌଣସି ଆଲୋଚନା କିମ୍ବା ପ୍ରସ୍ତାବରେ ଇରାନ ସାମିଲ ହେବନାହିଁ । ମୁମ୍ବାଇରେ ଅବସ୍ଥାପିତ ଇରାନର କନସୁଲେଟ ଜେନେରାଲ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଆମେରିକା ସହିତ ଆମର କୌଣସି ସିଧାସଳଖ କଥାବାର୍ତ୍ତା ହୋଇନାହିଁ । କେବଳ ମଧ୍ୟସ୍ଥିଙ୍କ ଜରିଆରେ ଆମେରିକା କେତେକ ଅବାସ୍ତବ ଓ ଅଯୌକ୍ତିକ ପ୍ରସ୍ତାବ ଦେଇଛି । ପାକିସ୍ତାନ ତାର ନିଜ ସ୍ୱାର୍ଥ ହାସଲ କରିବା ଚକ୍କରରେ ରହିଛି । ତେଣୁ ପାକିସ୍ତାନର ଏଭଳି ମଧ୍ୟସ୍ଥତାରେ ଆମେ ସାମିଲ ହେବୁନାହିଁ । ସେ କହିଛନ୍ତି ଆମେରିକା ଲଗାତାର ଭାବେ ତାର ଆଭିମୁଖ୍ୟ ବଦଳାଇବାରେ ଲାଗିଛି । କିନ୍ତୁ ଇରାନର ଆଭିମୁଖ୍ୟ ପ୍ରଥମରୁ ଯାହାଥିଲା ତାହା କାଏମ ରହିଛି ।