ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଟଙ୍କା ପାହାଡ଼, ମିଳିଲା ୪ କୋଟି ୨୭ ଲକ୍ଷ

ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମଙ୍ଗଳବାର ରାତିରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଧରିଥିଲା ଭିଜିଲାନ୍ସ । ବୁଧବାର ତାଙ୍କ ଘରୁ ଟଙ୍କା ପାହାଡ଼ ଠାବ ହୋଇଥିଲା । ମିଳିଥିବା ୪ କୋଟି ୨୭ ଲକ୍ଷ ୧୩ ହଜାର ୬ ଶହ ଟଙ୍କାକୁ ଦେଖି ଅଫିସରମାନେ ତାଟକା ହୋଇଯାଇଛନ୍ତି । ଅଫିସରମାନେ ଟଙ୍କା ଗଣିବାରେ ଅସମର୍ଥ ହେବାରୁ ଟଙ୍କା ଗଣା ମେସିନର ସହାୟତା ନିଆଯାଇଥିଲା । ଏହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ନଗଦ ଟଙ୍କା ଜବତ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ପ୍ରାୟ ୭ ଲକ୍ଷ ଟଙ୍କାର ଅଳଙ୍କାର ମିଳିଛି । ଅଫିସ୍ ଡ୍ରୟାରରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି । ଭୁବନେଶ୍ୱର ପାହାଳରେ ୨୪ ଶହ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ଦୁଇ ମହଲା କୋଠା ଠାବ ହୋଇଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *