ଓଡ଼ିଶା ଦେଇ ଯିବ ୫୨୨ କିଲୋମିଟରର ହାଇସ୍ପିଡ୍ କରିଡର
ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ାକୁ ସଂଯୋଗ କରିବାକୁ ଯାଉଛି ସୁଦୀର୍ଘ ହାଇସ୍ପିଡ୍ ତଥା ଗ୍ରୀନଫିଲ୍ଡ କରିଡର । ଏହି ପ୍ରକଳ୍ପ ମଧ୍ୟରେ କେବଳ ଓଡ଼ିିଶା ମଧ୍ୟରେ ୫୨୨ କିଲୋମିଟରର ଦୀର୍ଘ ହାଇସ୍ପିଡ୍ ତଥା ଗ୍ରୀନଫିଲ୍ଡ କରିଡର ନିର୍ମାଣ ହେବ । ଏହି ହାଇସ୍ପିଡ୍ କରିଡର ୯ଜିଲ୍ଲାର ୨୭ଟି ସହରକୁ ଯୋଡ଼ିବ । ଏହି କରିଡ଼ର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଭଳି ୯ଟି ଜିଲ୍ଲାର ୨୭ଟି ସହରକୁ ସଂଯୋଗ କରିବ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧପ୍ରଦେଶ ଏବଂ ଓଡ଼ିଶା ଦେଇ ଯାଉଥିବା ୧୧୦୨ କିଲୋମିଟର ରାସ୍ତାରୁ ଓଡ଼ିଶାରେ ହେବାକୁ ଥିବା ୫୨୨ କିମି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହେବ । ଏଥିରୁ ଗଞ୍ଜାମ ଜିଲ୍ଲାରେ ୯୭ କିଲୋମିଟର, ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେନ୍ଦୁଝରରେ ୮୬ କିମି ଏବଂ ରାୟଗଡ଼ା ଜିଲ୍ଲାରେ ୫୩ କିମି ରାସ୍ତା ନିର୍ମିତ ହେବ ।