ରାଜ୍ୟରେ ଏବେ ଭତ୍ତା ଅପେକ୍ଷାରେ ଅଛନ୍ତି ୯୧ ହଜାର କଳାକାର
ରାଜ୍ୟରେ କଳାକାର ଭତ୍ତା ଅପେକ୍ଷାରେ ରହିଛନ୍ତି ୯୧ ହଜାର କଳାକାର । ବିଧାନସଭାରେ ଏହି ତଥ୍ର ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନୂତନ କଳାକାରଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟରେ ମୋଟ୍ ୯୧ ହଜାର ୭ ଶହ ୫୫ ଜଣ କଳାକାର ନିଜ ଜିଲ୍ଲାରେ ଆବେଦନ କରିଛନ୍ତି । ଯୋଗ୍ୟ କଳାକାରମାନଙ୍କୁ ଶୀଘ୍ର ଆର୍ଥିକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ । ରାଜ୍ୟରେ ମୋଟ୍ ୪୭ ହଜାର ୨ ଶହ ୭୩ ଜଣ କଳାକାର ଉକ୍ତ ଯୋଜନାରେ ମାସିକ ଆର୍ଥିକ ସହାୟତା ପାଉଛନ୍ତି । ଏହି ଯୋଜନାରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅର୍ଥରାଶିକୁ ଆଉ ୧ ହଜାର ଟଙ୍କାକୁ ବୃଦ୍ଧି କରିବାର ପ୍ରସ୍ତାବ ବିଚାରାଧୀନ ରହିଛି । ପୂର୍ବରୁ ୪୦ରୁ ୮୦ ବର୍ଷ ମଧ୍ୟରେ ଯୋଗ କଳାକାର ମାସିକ ୩ ହଜାର ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କ କଳାକାର ୩୫୦୦ ଟଙ୍କା ଭତ୍ତା ପାଉଛନ୍ତି ।