ମମତାଙ୍କୁ ଚାଲେଞ୍ଜ ଦେଲେ ତୃଣମୂଳରୁ ନିଲମ୍ବିତ ବିଧାୟକ ହୁମାୟୁନ କବୀର

Author:

୨୦୨୬ ମସିହାରେ ହେବ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏବେ ତାଙ୍କ ଚିନ୍ତା ବଢ଼ାଇଛନ୍ତି ତୃଣମୂଳ କଂଗ୍ରେସର ନିଲମ୍ବିତ ବିଧାୟକ ହୁମାୟୁନ କବୀର । ମମତାଙ୍କୁ କବୀର ଚାଲେଞ୍ଜ ଦେଇ କହିଛନ୍ତି, ଖୁବ ଶୀଘ୍ର ସେ ଏକ ସ୍ୱତନ୍ତ୍ର ଦଳ ଗଠନ କରିବେ । ଏହି ଦଳ ତୃଣମୂଳ କଂଗ୍ରେସର ମୁସଲମାନ ଭୋଟ ଛଡ଼ାଇ ନେବ । ମମତାଙ୍କୁ ଆଉ ମୁସଲମାନଙ୍କ ଭୋଟ ମିଳିବ ନାହିଁ । ୨୦୨୬ ନିର୍ବାଚନରେ ତାଙ୍କ ଦଳ କିଙ୍ଗ ମେକର ଭାବେ ଉଭା ହେବ ବୋଲି କବୀର କହିଛନ୍ତି । ସେ ଆଗାମୀ ୨୨ ତାରିଖରେ କୋଲକାତାରେ ନୂତନ ଦଳର ଭିତ୍ତି ପକାଇବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । କବୀର ନିଜକୁ ହାଇଦ୍ରାବାଦର ମୁସଲମାନ ନେତା ଅସଉଦ୍ଦିନଙ୍କ ସହ ତୁଳନା କରି ତାଙ୍କ ଦଳ ସହ ମେଣ୍ଟ କରିବାକୁ ରାଜି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ,ପଶ୍ଚିମବଙ୍ଗରେ ବାବ୍ରୀ ମସଜିଦ ନିର୍ମାଣ କରିବାକୁ ଘୋଷଣା କରିବା ପରେ କବୀରଙ୍କୁ ମମତା ତୃଣମୂଳ କଂଗ୍ରେସରୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Exit mobile version