ଛତିଶଗଡ଼ ସହ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଜେପି ବିଧାୟକ ଜୟନାରାଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସ୍ ଅଛନ୍ତି । ବିବାଦର ସମାଧାନ ପାଇଁ ରାଜ୍ୟ ପକ୍ଷରୁ ହେଉଥିବା ବୈଷୟିକ ଓ ପ୍ରଶାସନିକ ଉଦ୍ୟମକୁ ସହାୟତା କରିବା ସକାଶେ ନବଗଠିତ କମିଟି ପରାମର୍ଶ ଦେବା ସହ ଦିଶା ନିଦେ୍ର୍ଦଶ ପ୍ରସ୍ତୁତ କରିବ । ଉଲ୍ଳେଖଯୋଗ୍ୟ, ଟି୍ରିବୁ୍ୟନାଲରେ ଏବେ ଏହି ମାମଲାର ଶୁଣାଣି ଚାଲିଛି । ଏଥିସହ ଦୁଇ ରାଜ୍ୟ ମଧ୍ୟରେ ଏକ ଯୁଗ୍ମ ବୈଷୟିକ କମିଟି ଗଠନ ହୋଇଛି ଏବଂ ମୁଖ୍ୟ ସଚିବ ସ୍ତରରେ ମଧ୍ୟ ଆଲୋଚନା ଚାଲିଛି ।