ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଇରାନ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆକୁ ବିମାନ ଉଡ଼ାଣ ବନ୍ଦ

ଇରାନ ଏବଂ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆ ଥରିଉଠିଛି । ଏହାକୁ ନେଇ ଇରାନ, ଇସ୍ରାଏଲ ଏବଂ ଇରାକ ଭଳି ଦେଶ ସେମାନଙ୍କ ବାୟୁସୀମା ବନ୍ଦ କରିଦେଇଛନ୍ତି । ଏହାଯୋଗୁ ବିମାନ ଉଡ଼ାଣ ବନ୍ଦ ରହିଛି । ଭାରତର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏହିସବୁ ଦେଶକୁ ଉଡ଼ାଣ ରଦ୍ଦ କରିଦେଇଛନ୍ତି । ପଶ୍ଚିମ ଏସିଆରେ ବାୟୁସୀମା ବନ୍ଦ ରହିବା ପରେ ଏୟାର ଇଣ୍ଡିଆର ଦିଲ୍ଲୀ-ତେଲ୍ ଆଭିଭ୍ ସେବା ଉଡ଼ାଣ ପ୍ରଭାବିତ ହୋଇଥିଲା । ବିମାନଟି ଉଡ଼ାଣ ଆରମ୍ଭ କରିଦେଇଥିଲା । କିନ୍ତୁ ଇସ୍ରାଏଲ ବାୟୁସୀମା ଅଚାନକ ବନ୍ଦ ହୋଇଯିବାରୁ ବିମାନଟି ଅଧା ବାଟରୁ ଫେରିଆସିଥିଲା । ଏହାପରେ ସଂସ୍ଥା ଏହାର ସମସ୍ତ ଉଡ଼ାଣ ବାତିଲ କରିଦେଇଥିବା ଏହାର ଜଣେ ମୁଖପାତ୍ର କହିଛନ୍ତି । ଏହାପରେ ଉପସାଗରୀୟ ଦେଶକୁ ବିମାନ ସେବା ବନ୍ଦ ହେବା ନେଇ ଏକ ବିବୃତିରେ କୁହାଯାଇଛି । ଇଣ୍ଡିଗୋ ମଧ୍ୟ ସମାନ ବିବୃତି ଜାରି କରି ମଧ୍ୟପ୍ରାଚ୍ୟକୁ ଏହାର ସମସ୍ତ ବିମାନ ଉଡ଼ାଣ ରଦ୍ଦ ହୋଇଥିବା କହିଛି ।

Leave a Reply

Your email address will not be published. Required fields are marked *