ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁଙ୍କୁ ମିଳିଲା ଜାମିନ

ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଏଆଇ ସମ୍ମିଳନୀ ପ୍ରତିବାଦ ମାମଲାରେ ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଉଦୟଭାନୁଙ୍କ ପୋଲିସ ହାଜତ ରିମାଣ୍ଡକୁ ୭ ଦିନ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ପର୍ଯ୍ୟାପ୍ତ କାରଣ ଦର୍ଶାଇ ନ ପାରିବାରୁ କୋର୍ଟ ଦିଲ୍ଲୀ ପୋଲିସର ଏହି ରିମାଣ୍ଡ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ଉଦୟଭାନୁଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଜାମିନରେ ଚିବଙ୍କୁ ତାଙ୍କ ପାସପୋର୍ଟ ଏବଂ ଇଲେକ୍ଟ୍ରୋନିକ ଉପକରଣ କୋର୍ଟରେ ସମର୍ପଣ କରିବାକୁ ମଧ୍ୟ ସର୍ତ୍ତ ରଖାଯାଇଛି । ପ୍ରକାଶଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀର ଭାରତ ମଣ୍ଡପମରେ ଏଆଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ କଂଗ୍ରେସ କର୍ମୀମାନେ ସାର୍ଟ ଖୋଲି ପ୍ରତିବାଦ କରିଥିଲେ । ପରେ ପୋଲିସ ଉଦୟଭାନୁଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଥିଲା ।