ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ ପଠାଇଲା ହାଉସିଂ ବୋର୍ଡ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ଏକ ନୋଟିସ ଜାରି କରାଯାଇଛି । ରାଞ୍ଚôର ଆବାସିକ ଜମିର ଅପବ୍ୟବହାର ମାମଲାରେ ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ପକ୍ଷରୁ ଧୋନିଙ୍କୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ନୋଟିସରେ ଅଭିଯୋଗ କରାଯାଇଛି ଯେ ଧୋନି ହାଉସିଂ ବୋର୍ଡ ଦ୍ୱାରା ପାଇଥିବା ଜମିକୁ ନିୟମ ବିରୋଧରେ ଯାଇ ତାହାକୁ ବାଣିଜି୍ୟକ ଉଦେ୍ଦଶ୍ୟରେ ବ୍ୟବହାର କରିଛନ୍ତି । ଏହି ଜମି କେବଳ ତାଙ୍କୁ ଆବାସିକ ଉଦେ୍ଦଶ୍ୟରେ ଆବଣ୍ଟିତ କରାଯାଇଥିଲା । ନିୟମ ଉଲ୍ଲଂଘନ କରି ବର୍ତ୍ତମାନ ଉକ୍ତ ଜମିରେ ଏକ ପାଥୋଲୋଜି ଲ୍ୟାବ ଚାଲିଛି । ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ପୂର୍ବରୁ ଏହି ମାମଲାରେ ମଧ୍ୟ ଧୋନିଙ୍କୁ ଏକ ନୋଟିସ କରିଥିଲା । ଅଧିକାରୀମାନେ କହିଛନ୍ତି ଯେ ଉଭୟ ମାମଲାରେ ତଦନ୍ତ ଚାଲିଛି । ଯାଞ୍ଚ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।