ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Business

ଇଣ୍ଡିଆନ ଅଏଲରେ ୧୪୪ ଆପ୍ରେଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି, ବିନା ପରୀକ୍ଷାରେ ମିଳିବ ଚାକିରି

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ୧୪୪ଟି ଟେକ୍ନିସିଆନ, ଟ୍ରେଡ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ପାଇଁ ମୋଟ ୧୪ଟି ପଦବୀ ରହିଛି। ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ଏବଂ ଆବେଦନର ଶେଷ ତାରିଖ ମାର୍ଚ୍ଚ ୯ ରଖାଯାଇଛି। ଏହି ପଦବୀଗୁଡ଼ିକ ପାଇଁ ଦ୍ୱାଦଶ, ଆଇଟିଆଇ, ଡିପ୍ଲୋମା କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ। ୨୮ ଫେବୃଆରୀ ୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ କୋହଳ ବ୍ୟବସ୍ଥା ରହିଛି। ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ଆବେଦନ ଫି ଦେବାକୁ ପଡ଼ିବ ନାହିଁ। ସେହିପରି କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ବି ହେବନାହିଁ।ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ଏବଂ ଆବେଦନ ପାଇଁ IOCL ର ଅଫିସିଆଲ୍ ୱେବସାଇଟ୍ iocl.com ପରିଦର୍ଶନ କରିପାରିବେ।