ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଜମ୍ମୁ-କାଶ୍ମୀରକୁ ଐତିହାସିକ ରଣଜୀ ଟ୍ରଫି ଟାଇଟଲ୍

୬୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜମ୍ମୁ-କଶ୍ମୀର ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଏଥିସହ ଭାରତୀୟ ଘରୋଇ କ୍ରିକେଟ୍ ଇତିହାସରେ ଶନିବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଆଠଥରର ଚାମ୍ପିଅନ ଘରୋଇ କର୍ଣ୍ଣାଟକ ବିପକ୍ଷରେ ଚାଲିଥିବା ଫାଇନାଲରେ ପ୍ରଥମ ପାଳି ଅଗ୍ରଣୀଭିତ୍ତିରେ ଜମ୍ମୁକୁ ବିଜୟୀ ଘୋଷିତ କରାଯାଇଥିଲା । ଜମ୍ମୁର ୫୮୪ ରନ ଜବାବରେ କର୍ଣ୍ଣାଟକ ୨୯୩ ରନରେ ସୀମିତ ରହିଥିଲା । ୨୯୧ ରନରେ ଅଗ୍ରଣୀ ଥାଇ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଜମ୍ମୁ ଶନିବାର ୫ମ ଦିବସରେ ୪ ୱିକେଟରେ ୩୪୨ ରନ ସଂଗ୍ରହ କରିଥିଲା । ଫଳରେ ଦଳ ମୋଟ୍ ଉପରେ ୬୪୩ ରନରେ ଅଗ୍ରଣୀ ରହିଥିଲା । ମ୍ୟାଚରୁ ଫଳାଫଳ ନ ବାହାରିବା ସ୍ପଷ୍ଟ ହେବା ପରେ ଉଭୟ ଦଳର ଅଧିନାୟକ ଡ୍ର ରଖିବାକୁ ନିଷ୍ପତ୍ତି ନେଇଥିଲେ । ଚାମ୍ପିଅନ ଜମ୍ମୁ ଦଳକୁ ବିସିସିଆଇ ପକ୍ଷରୁ ୫ କୋଟି ଓ କର୍ଣ୍ଣାଟକ ଦଳକୁ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଜମ୍ମୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ରାଜ୍ୟ ଦଳର ଖେଳାଳିଙ୍କ ଲାଗି ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।