ଇତିହାସ ବଦଳାଇ ଫାଇନାଲରେ ଟିମ୍ ଇଣ୍ଡିଆ: ଇଂଲଣ୍ଡକୁ ୭ ରନ ରେ ହରାଇଲା
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତୀୟ ଦଳ ଏକ ରୋମାଞ୍ଚକର ବିଜୟ ହାସଲ କରି ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ୨୦୧୬ର ପରାଜୟର ପ୍ରତିଶୋଧ ନେଇଛି। ଏହି ବିଜୟ ସହ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଟିକେଟ ହାତେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨୫୩ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ପକ୍ଷରୁ ଜ୍ୟାକବ ବେଥେଲଙ୍କ ଦମଦାର ଶତକ (୧୦୫ ରନ) ସତ୍ତ୍ୱେ ଦଳ ୨୪୬ ରନରେ ଅଟକି ଯାଇଥିଲା। ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଶେଷ ଓଭରରେ ଶିବମ ଦୁବେଙ୍କ ସଫଳତା ଦଳକୁ ଚିତ୍ତାକର୍ଷକ ବିଜୟ ଦେଇଥିଲା। ଆସନ୍ତା ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଭାରତର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଏହି ବିଜୟ ପରେ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ଏହି ଚମତ୍କାର ପ୍ରଦର୍ଶନ ଏବେ ବିଶ୍ୱକପ୍ ଜିତିବା ଆଶାକୁ ଦ୍ୱିଗୁଣିତ କରିଛି।
Marching towards the #Final 👏
— BCCI (@BCCI) March 5, 2026
A step away from 𝙂𝙡𝙤𝙧𝙮 🏆#TeamIndia is into the #T20WorldCup finale 🥳
Scorecard ▶️ https://t.co/LxSBs3EDPx#MenInBlue | #ENGvIND pic.twitter.com/6BBNkNw2aB