
୧.
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣର ୧୨ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ
୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାର ୧୨ ଅଭିଯୁକ୍ତ ନିଦେ୍ର୍ଦାଷ । ସେମାନଙ୍କୁ ଖଲାସ କରିବାକୁ ମୁମ୍ବାଇ ହାଇକୋର୍ଟ କହିଛନ୍ତି । ୨୦୧୫ ମସିହାରେ ମୁମ୍ବାଇର ମକୋକା କୋର୍ଟ ଏମାନଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । ୫ ଜଣଙ୍କୁ ମୃତୁ୍ୟ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ମୃତୁ୍ୟ ଦଣ୍ଡାଦେଶକୁ ସ୍ୱୀକୃତି ଦେବାକୁ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ସେହିପରି ତଳକୋର୍ଟର ରାୟ ବିରୋଧରେ ଅଭିଯୁକ୍ତମାନେ ହାଇକୋର୍ଟ ଆସିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ ସରକାରୀ ପକ୍ଷ ବିଫଳ ହୋଇଥିବା ହାଇକୋର୍ଟ କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ମାନେ ଦେଇଥିବା ସାକ୍ଷ୍ୟ ଉପରେ ମଧ୍ୟ ହାଇକୋର୍ଟ ସନେ୍ଦହ ପ୍ରକାଶ କରିଥିଲେ । ୨୦୦୬ରେ ହୋଇଥିବା ଏହି ସିରିଜ୍ ବିସ୍ଫୋରଣ ୭ଟି ସ୍ଥାନରେ ହୋଇଥିଲା । ବିସ୍ଫୋରଣରେ ୧୯ ଜଣଙ୍କ ମୃତୁ୍ୟ ହୋଇଥିଲା ଏବଂ ୮୨୭ ଜଣ ଆହତ ହୋଇଥିଲେ।
…
୨.
ରନୱେରୁ ଖସିଗଲା ଏୟାର ଇଣ୍ଡିଆର ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ
ଗୋଟିଏ ପରେ ଗୋଟିଏ ବିମାନ ଉଡ଼ାଣ ବିଭିନ୍ନ ସମୟରେ ବିବାଦକୁ ଆସୁଛି । ସୋମବାର କୋଚିରୁ ମୁମ୍ବାଇ ଆସୁଥିବା ଏକ ବିମାନ ଅଳ୍ପକେ ବଡ଼ ଅଘଟଣାରୁ ବର୍ତ୍ତିିଛି । ଏୟାର ଇଣ୍ଡିଆର ଏହି ବିମାନଟି ସକାଳ ସମୟରେ ବିମାନବନ୍ଦରର ଅବତରଣ କରିଥିଲା । ବର୍ଷା ଯୋଗୁ ରନୱେ ବହୁତ ଓଦା ଥିଲା । ବିମାନଟି ଓହ୍ଲାଇବା ବେଳେ ରନୱେରୁ ବାହାରକୁ ଖସିଯାଇଥିଲା । ତେବେ ବହୁ କଷ୍ଟରେ ପାଇଲଟ ବିମାନକୁ ନିୟନ୍ତ୍ରଣକୁ ଆଣି ଅଟକାଇବାରେ ସଫଳ ହୋଇଥିଲେ । ବିମାନଟିକୁ ଏମର୍ଜେନ୍ସି ରେସପନ୍ସ ଟିମ୍ ଟାଣି ଟାଣି ପାର୍କିଂ ସ୍ଥାନକୁ ଆଣିଥିଲେ । ଏହାପରେ ଯାତ୍ରୀମାନେ ସୁରକ୍ଷିତ ଓହ୍ଲାଇଥିଲେ । ବିମାନଟିର ଇଞ୍ଜିନ ଓ ୱିଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଟାୟାର ୩ଟି ମଧ୍ୟ ଫାଟିଯାଇଛି । ବିମାନଟିକୁ ଉଡ଼ାଣରୁ ବିରତ କରି ମରାମତି ପାଇଁ ପଠାଇ ଦିଆଯାଇଥିବା କମ୍ପାନି କହିଛି ।
…
୩.
ଇଡିକୁ ଝଟକା ଦେଲେ ସୁପ୍ରିମକୋର୍ଟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଆଶ୍ୱସ୍ତ
ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡିକୁ ଲାଗିଛି ଝଟକା । ଏହି ଝଟକା ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର ଗଭାଇ ଏବଂ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବି.ଏମ. ପାର୍ବତୀଙ୍କ ବିରୋଧରେ ଇଡି ଆଣିଥିବା ପିଟିସନକୁ ଗ୍ରହଣ କରିନାହାନ୍ତି ସୁପ୍ରିମକୋର୍ଟ । ବରଂ ଇଡିର ଓକିଲଙ୍କୁ କୋର୍ଟ ପଚାରିଛନ୍ତି, ଏହା ରାଜନୀତି ଏବଂ ଭୋଟରଙ୍କ ପ୍ରସଙ୍ଗ । ଇଡି କାହିଁକି ଏଥିରେ ବ୍ୟବହୃତ ହେଉଛି । ଇଡି ବିରୋଧରେ ଆମକୁ ମୁହଁ ଖୋଲିବାକୁ ବାଧ୍ୟ କରନ୍ତୁ ନାହିଁ । ପାର୍ବତୀ ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥରିଟି ଠାରୁ ୧୪ଟି ଦାମୀ ପ୍ଲଟ ହାତେଇଥିଲେ । ବଦଳରେ ସେ କେବଳ କମ୍ ମୂଲ୍ୟର ୩.୨ ଏକର ଜମି ଅଥରିଟିକୁ ଦେଇଥିଲେ । ଅବଶ୍ୟ ବିବାଦ ହେବା ପରେ ସେ ୧୪ଟି ଯାକ ପ୍ଲଟ ଫେରାଇ ଦେଇଥିଲେ । ତେଣୁ ବାଙ୍ଗାଲୋର ହାଇକୋର୍ଟ ମାମଲାକୁ ଖାରଜ କରିଥିଲେ । ଇଡି ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ।
…
୪.
ସ୍କୁଲ, କଲେଜରେ ପଡ଼ିଲା ବାଂଲାଦେଶ ବାୟୁସେନା ବିମାନ; ୧୯ ମୃତ, ୧୦୦ ଆହତ
ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଚୀନ୍ ନିର୍ମିତ ଏଫ୍-୭ ବିଜିଆଇ ବିମାନ । ଏହା କେବଳ ବାୟୁସେନାର ପ୍ରଶିକ୍ଷଣ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ସବୁଦିନ ପରି ସୋମବାର ଦ୍ୱିପ୍ରହର ଗୋଟଏ ୬ ମିନିଟରେ ବିମାନଟି ଉଡ଼ାଣ କରିଥିଲା । କିନ୍ତୁ କିଛି ସମୟ ପରେ ଏହା ଢାକାର ଉତ୍ତର ଏରିଆରେ ଖସି ପଡ଼ିଥିଲା । ଏହା ଏକ ସ୍କୁଲ ଓ କଲେଜ ଉପରେ ପଡ଼ିଥିଲା । ସେ ସମୟରେ ପିଲାଙ୍କ କ୍ଲାସ ଚାଲିଥିଲା । ସେନା ଏବଂ ଏମର୍ଜେନ୍ସି ଟିମ୍ ଉଦ୍ଧାର କାର୍ଯ୍ୟ କରିଥିଲେ । ମୃତାହତ ମାନଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ଦୁର୍ଘଟଣାରେ ୧୯ଜଣଙ୍କ ମୃତୁ୍ୟ ହୋଇଛି ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି । ଅନେକ ଆହତ ଗୁରୁତର ଥିବାରୁ ମୃତୁ୍ୟ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ବିମାନ ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ କରାଯାଉଛି ।
…
୫.
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଅ, ସବୁ ସ୍କୁଲକୁ ସିବିଏସଇର ନିଦେ୍ର୍ଦଶ
ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ-ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡ଼ିକ ପାଇଁ ଏକ ନୂଆ ଗାଇଡଲାଇନ ପ୍ରକାଶ ପାଇଛି । ପ୍ରତ୍ୟେକ ସ୍କୁଲ ଶ୍ରେଣୀ ଗୃହ ଓ ସ୍କୁଲ ପରିସରରେ ସିସିଟିଭି ଲଗାଇବାକୁ ବାଧ୍ୟ । ଯାହାକି ରିଅଲ ଟାଇମ ଅଡିଓ ଭିଜୁଆଲ ମନିଟର କରିପାରିବ । ସିସିଟିଭିର ରେକର୍ଡିଂ ଅତି କମରେ ୧୫ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯିବ । ଯେପରିକି କର୍ତ୍ତୃପକ୍ଷ ଚାହିଁଲେ ତାହାକୁ ସମୀକ୍ଷା କରିପାରିବେ । କେଉଁଠି କେଉଁଠି ସିସିଟିଭି ଲାଗିବ ତାହା ମଧ୍ୟ ଗାଇଡ ଲାଇନରେ କୁହାଯାଇଛି । ସ୍କୁଲର ପ୍ରବେଶ ଓ ପ୍ରସ୍ତଶନ ଅଞ୍ଚଳ, ଲବି, କରିଡର, ଷ୍ଟେୟାରକେସ, କ୍ଲାସରୁମ୍, ଲାବୋରେଟାରୀ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋରରୁମ୍, ଖେଳପଡ଼ିଆ ଏବଂ ଅନ୍ୟ କୌଣସି ସ୍ଥାନରେ ଛାତ୍ରଛାତ୍ରୀ ଏକାଠି ହେଉଥିଲେ ସିସିଟିଭି ଲାଗିବ ।
…
୬.
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ. ଅଛୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବାମପନ୍ଥୀ ନେତା ଭି.ଏସ ଅଛୁତାନନ୍ଦନଙ୍କ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା । ହୃଦଘାତରେ ଅସୁସ୍ଥ ହୋଇ ସେ ଗତ ଏକ ମାସ ଧରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ଅଛୁତାନନ୍ଦନ କମୁ୍ୟନିଷ୍ଟ ପାର୍ଟି-ମାର୍କସିଷ୍ଟ ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ୨୦୦୬ ରୁ ୨୦୧୧ ମସିହା ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳମତ ନିର୍ବିଶେଷରେ ଅନେକ ଶୋକ ପ୍ରକାଶ କରିଛନ୍ତି ।
…
୭.
ପ୍ରଧାନମନ୍ତ୍ରୀ ପଦ ପ୍ରତ୍ୟାଖ୍ୟନ କରିଥିଲେ ରାହୁଲ ଗାନ୍ଧୀ, ସାଂସଦ ପପୁ ଯାଦବଙ୍କ ଦାବି
ୟୁପିଏ-୨ ସରକାର ଗଠନ ସମୟରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା । ଖୋଦ୍ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ପ୍ରସ୍ତାବ ଦେଇଥିଲେ । କିନ୍ତୁ ରାହୁଲ ଗାନ୍ଧୀ ବିନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏହା କହିଛନ୍ତି ପୂର୍ଣ୍ଣି÷ଆର ସ୍ୱାଧୀନ ସାଂସଦ ପପୁ ଯାଦବ । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ହାର୍ଭାର୍ଡ ୟୁନିଭରସିଟିରୁ ଶିକ୍ଷାପ୍ରାପ୍ତ ରାହୁଲ ଦେଶରେ ୧୦ ହଜାର କିଲୋମିଟର ପଦଯାତ୍ରା କରିବା, ପ୍ରଧାନମନ୍ତ୍ରୀ ପଦକୁ ଆଡ଼େଇ ଦେବା ଏବଂ ନ୍ୟାୟ ପାଇଁ ଲଢ଼ିବା ବେଶ ଗୁରୁତ୍ୱପୂର୍ଣ୍ଣ । ନରେନ୍ଦ୍ର ମୋଦିଙ୍କ ବାବଦରେ ପପୁ କହିଥିଲେ, ଦେଶବାସୀ ଏବେ ଜାଣିଗଲେଣି ମୋଦିଙ୍କ ଛାତି ୫୬ ଇଞ୍ଚ ନୁହେଁ, ବରଂ ୫ ଇଞ୍ଚ । ସମଗ୍ର ବିଶ୍ୱ ଆମକୁ ଥଟ୍ଟା କରୁଛି । ସେମାନେ କେବେ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ ଦେଖି ନଥିବା କହୁଛନ୍ତି ।
…
8.
ଇଡିକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, କହିଲେ ସଂସ୍ଥା ସୀମା ଟପିଯାଉଛି
ପୁଣି ଏକ ମାମଲାରେ ର୍ସୋଚ୍ଚ ନ୍ୟାୟାଳୟ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡିକୁ ଭର୍ତ୍ସନା କରିଛନ୍ତି । ଦୁଇ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଇଡି ସମନ କରିଥିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତକୁ ଏହି ଦୁଇ ଆଇନଜୀବୀ ପରାମର୍ଶ ଦେଇଥିଲେ । ଏହି କାରଣରୁ ଇଡି ସେମାନଙ୍କୁ ନୋଟିସ କରିଥିଲା । ଏ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ ଏବଂ ଜଷ୍ଟିସ କେ, ବିନୋଦ ଚନ୍ଦ୍ରନଙ୍କ ଖଣ୍ଠପୀଠ ମାମଲାର ଶୁଣାଣି କରି କହିଥିଲେ, ଇଡି ପାଇଁ କିଛି ଗାଇଡ଼ଲାଇନ ରହିବା ଉଚିତ । ସଂସ୍ଥା ସୀମା ଅତିକ୍ରମ କରୁଛି । ମହକିଲଙ୍କୁ ଆଇନଜୀବୀ ପରାମର୍ଶ ଦେବାରେ ଅସୁବିଧା କେଉଁଠି । ଆମେ ନିୟମିତ ନୁ୍ୟଜ ଓ ୟୁଟୁ୍ୟବ ଦେଖୁଛୁ, ତେଣୁ ସବୁ ଜାଣିଛୁ । ଏହି ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରେ ହେବ ।
….
9.
ଆଜି ପ୍ରକାଶ ପାଇବ ୟୁଜିସି ନେଟ୍ ଜୁନ୍ ୨୦୨୫ ପରୀକ୍ଷା ଫଳ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ୍ ଜୁନ୍ ୨୦୨୫ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇବ। ଯେଉଁ ପରୀକ୍ଷାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in କିମ୍ବା nta.ac.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ କିପରି ଦେଖିବେ? ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in କୁ ଯାଆନ୍ତୁ। ପରେ ହୋମ୍ ପେଜରେ ଥିବା UGC NET Result 2025 ଲିଙ୍କରେ କ୍ଲିକ୍ କରନ୍ତୁ। ନିଜର ଲଗ୍ଇନ୍ ବିବରଣୀ ଦେଇ ‘Submit’ କରନ୍ତୁ। ଆପଣଙ୍କ ଫଳାଫଳ ସ୍କ୍ରିନରେ ଦେଖାଯିବ। ସୂଚନାଯୋଗ୍ୟ, ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୫ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
…..
10.
କେନ୍ଦୁଝର ଜିଲ୍ଲା କୋର୍ଟରେ ୪୫ ପାରା ଲିଗାଲ୍ ଭଲ୍ୟୁଣ୍ଟର ପଦବୀ ପାଇଁ ବିଜ୍ଞପ୍ତି
କେନ୍ଦୁଝର ଜିଲ୍ଲା କୋର୍ଟ ପକ୍ଷରୁ ୪୫ଟି ପାରା ଲିଗାଲ୍ ଭଲ୍ୟୁଣ୍ଟର ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ୧୫ ଅଗଷ୍ଟ ୨୦୨୫ ରହିଛି। ଏହି ପଦବୀ ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ଅନ୍ୟାନ୍ୟ ସବିଶେଷ ତଥ୍ୟ ପାଇଁ ପ୍ରାର୍ଥୀମାନଙ୍କୁ ବିଭାଗର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଅନୁରୋଧ କରାଯାଇଛି। ଆବେଦନ ଫର୍ମ ଏବଂ ଅଧିକ ସୂଚନା ପାଇଁ କେନ୍ଦୁଝର ଜିଲ୍ଲା କୋର୍ଟର ଅଫିସିଆଲ୍ ୱେବସାଇଟ୍ keonjhar.dcourts.gov.in ଦେଖନ୍ତୁ।
…….
11.
ରାୟଗଡା ଜିଲ୍ଲାରେ ୧୦ଟି ଅଙ୍ଗନବାଡି ସହାୟିକା ପଦବୀ ପାଇଁ ବିଜ୍ଞପ୍ତି
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାରେ ୧୦ଟି ଅଙ୍ଗନବାଡି ସହାୟିକା ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ ରଖାଯାଇଛି ଏବଂ ଆବେଦନକାରୀଙ୍କ ବୟସ ସୀମା ୧୮ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଇଚ୍ଛୁକ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ awc.odisha.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୧୯ ଜୁଲାଇ ରୁ ଆରମ୍ଭ ହୋଇଯାଇଛି ୦୨ ଅଗଷ୍ଟରେ ଶେଷ ହେବ।
…
12.
ନିଉୟର୍କରେ ଲୋକଙ୍କୁ ଭାଗ୍ୟ ବତାଉଥିଲେ, ଜଣେ ଭାରତୀୟ ବଂଶୋଦ୍ଭବ ଗିରଫ
ନିଉୟର୍କରେ ଭଣେ ଭାରତୀୟ ବଂଶୋଦ୍ଭବ ଗିରଫ ହୋଇଛନ୍ତି । ସେ ଜ୍ୟୋତିଷ ଶାସ୍ତ୍ର ଜାଣିଥିବା କହି ଲୋକଙ୍କୁ ସେମାନଙ୍କ ଭାଗ୍ୟ କହୁଥିଲେ । ଦୁଷ୍ଟ ଆତ୍ମାଙ୍କ କବଳରୁ ଲୋକଙ୍କୁ ରକ୍ଷା ପାଇବାର ଗ୍ୟାରେଣ୍ଟି ଦେଉଥିଲେ । ସେଥିପାଇଁ ମୋଟା ଅଙ୍କର ପଇସା ମଧ୍ୟ ନେଉଥିଲେ । ଜଣେ ବରିଷ୍ଠ ମହିଳା ବ୍ୟାଙ୍କ ଯାଇ ନିଜ ଆକାଉଣ୍ଟରୁ ୪୨ ହଜାର ଡଲାର ଉଠାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ପଚରାଉଚୁରା କରିବାରୁ ଜ୍ୟୋତିଷଙ୍କ ବାବଦରେ ଜାଣିବାକୁ ପାଇଥିଲେ । ସଂପୃକ୍ତ ମହିଳାଙ୍କ ଉପରେ ଦୁଷ୍ଟ ଆତ୍ମାଙ୍କ ନଜର ଥିବା ଜ୍ୟୋତିଷ କହିଥିଲେ । ଏଥିରୁ ରକ୍ଷା ପାଇବାର ଉପାୟ ବତାଇବାକୁ ଜ୍ୟୋତିଷ ଅର୍ଥ ଦାବି କରିଥିଲେ । ବ୍ୟାଙ୍କ ଠାରୁ ସୂଚନା ପାଇ ପୁଲିସ ହେମନ୍ତ କୁମାର ମୁନେପା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ନିଉୟର୍କରେ ଜ୍ୟୋତିଶ ଶାସ୍ତ୍ର ଅପରାଧରେ ଗଣାଯାଇଥାଏ ।
…
13.
ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମ୍ଭାବନା ଚର୍ଚ୍ଚା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭବପାଟିଙ୍କୁ ଭେଟିଛନ୍ତି । ଏହା ଏକ ଶୁଭେଚ୍ଛାମୂଳକ ସାକ୍ଷାତ ଥିଲା ବୋଲି ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ସେ ପ୍ରକାଶ କରିନାହାନ୍ତି । କିଛି ଦିନ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ସୂଚନା ଦେଇଥିଲେ । ସେବେଠାରୁ ଏହି କଳ୍ପନାଜଳ୍ପନା ଲାଗି ରହିଛି । ସୋମବାର ମୁଖ୍ୟମନ୍ତ୍ରୀଙ୍କ ରାଜଭବନ ଗସ୍ତ ପରେ ପୁଣି ଏହି ଚର୍ଚ୍ଚା ଜୋର୍ ଧରିଛି । ରାଜ୍ୟରେ ବିଜେପି ସରକାରକୁ ଇତି ମଧ୍ୟରେ ଏକ ବର୍ଷ ହୋଇଗଲାଣି । ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ, ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ଅତି କମରେ ଆଉ ୫ ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ଥାନ ଦେଇପାରିବେ ।
…
14.
ଫିଡେ ବିଶ୍ୱ ମହିଳା ଚେସ୍ ସେମିରେ ଦିବ୍ୟା ଦେଶମୁଖ, ପୂର୍ବରୁ ପହଞ୍ଚିଛନ୍ତି କୋନେରୁ ହମ୍ପି
ଫିଡେ ବିଶ୍ୱ ମହିଳା ଚେସ୍ ଚାମ୍ପିଅନସିପରେ ଆଉ ଜଣେ ଭାରତୀୟ ସେମିଫଇନାଲରେ ପହଞ୍ଚିଛନ୍ତି । କ୍ୱାଟର ଫାଇନାଲ ମ୍ୟାଚରେ ନିଜ ଦେଶର ଗ୍ରାଣ୍ଡମାଷ୍ଟର ହରିକା ଡ୍ରୋନାଭାଲ୍ଲିଙ୍କୁ ସେ ୨-୦ରେ ପରାସ୍ତ କରିଛନ୍ତି । ମ୍ୟାଚ୍ ପରେ ଭାବ ପ୍ରବଣ ହୋଇ ୧୯ ବର୍ଷୀୟା ଦିବ୍ୟା କିଛି ସମୟ ନିଜ ମୁହଁକୁ ପାପୁଲିରେ ଢାଙ୍କି ରଖିଥିଲେ । ସେମିଫାଇନାଲରେ ସେ ପୂର୍ବତନ ବିଶ୍ୱ ଚାମ୍ପିଅନ ତଥା ଚୀନର ଖେଳାଳି ତାନ୍ ଝୋଙ୍ଗିଙ୍କୁ ଭେଟିବେ । ଏହା ପୂର୍ବରୁ ଭାରତର ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ମଧ୍ୟ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି ।
…
15.
ନିୟମ ହେଲା, ଆଉ ପ୍ଲାଷ୍ଟିକ ବୋତଲରେ ବିକ୍ରି ହେବନି ପେଟ୍ରୋଲ
ରାଜ୍ୟରେ ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ । ଏହା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ପେଟ୍ରୋଲିୟମ ସଂଘର କାର୍ଯ୍ୟକର୍ତ୍ତା ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି । ଏହି ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ତାହା ଜିଲ୍ଲାପାଳ ତଦାରଖ କରିବେ । କେବଳ ବିଭିନ୍ନ ସଂସ୍ଥା, କୃଷକ ଏବଂ ସରକାରୀ କାର୍ଯ୍ୟାଳୟ ପାଇଁ ଦିଆଯାଉଥିବା ଖୁଚୁରା ତେଲର ନିୟମ ପୂର୍ବଭଳି ରହିବ ବୋଲି କୁହାଯାଇଛି ।
..
16.
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ, ପ୍ରଥମ ଦିନରୁ ହଟ୍ଟଗୋଳ
ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସୋମବାର ପ୍ରଥମ ଦିନରୁ ହଟ୍ଟଗୋଳ ଦେଖିବାକୁ ମିଳିସଛି । ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା । ଏହି ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ଜିଦ୍ ଧରିଥିଲେ । ଦିନରେ ଚାରି ଥର ଏଥିପାଇଁ ଗୃହ ମୁଲତବୀ ରହିଥିଲା । ଶେଷରେ ବାଚସ୍ପତି ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅନ୍ୟ ପକ୍ଷରେ ବିରୋଧୀ ମାନଙ୍କ ଦାବି ଅନୁଯାୟୀ ସରକାର ଏହି ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ହୋଇଛନ୍ତି । ବିଜିନେସ୍ ଆଡଭାଇଜରୀ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଆସନ୍ତା ସପ୍ତାହରେ ହି ପ୍ରସଙ୍ଗରେ ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟସଭାରେ ୯ ଘଣ୍ଟା ଆଲୋଚନା ହେବ ।
…
17.
ଥମୁନି ଛାତ୍ରୀ ଆତ୍ମାହୁତି ନିଆଁ, ଆରଡିସି ଅଫିସ ଘେରିଲା ବିଜେଡି
ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ନିଆଁ ଲିଭୁନି । ବିଜୁ ଜନତା ଦଳ ପକ୍ଷରୁ ସୋମବାର ରାଜ୍ୟର ତିନିଟି ଆରଡିସି ଅଫିସ ଘେରାଉ କରାଯାଇଛି । କଟକର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ସମ୍ବଲପୁରର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏଥିସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଭଳି ହୃଦୟ ବିଦାରକ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ବିଜେଡି ଦାବି କରିଛି । ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି ହୋଇଛି ।
….
18.
ଭାରତରେ ହେବ ଫିଡେ ବିଶ୍ୱକପ୍, ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଚାଲିବ
ଦେଶର ଚେସ୍ ପ୍ରେମୀ ମାନଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଭାରତରେ ହେବ ଫଇଡେ ବିଶ୍ୱକପ୍ । ଆନ୍ତର୍ଜାତିକ ଚେସ୍ ମହାସଂଘ ଏହି ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ଅକ୍ଟେବାର ୩୦ରୁ ଆରମ୍ଭ ହୋଇ ନଭେମ୍ବର ୨୭ ତାରିଖରେ ଶେଷ ହେବ । ତେବେ କେଉଁଠାରେ ହେବ ତାହା ଘୋଷଣା କରାଯାଇନାହିଁ । ଟୁର୍ଣ୍ଣାମେଣ୍ଟରେ ୨୦୬ ଜଣ ଖେଳାଳି ଭାଗ ନେବେ । ନକ୍ ଆଉଟ ଫର୍ମାଟରେ ମ୍ୟାଚ ଗୁଡ଼ିକ ହେବ । ଟୁର୍ଣ୍ଣାମେଣ୍ଟ ଜରିଆରେ ୩ ଜଣ ଖେଳାଳି ୨୦୨୬ କ୍ୟାଣ୍ଡିଡେଟ୍ସକୁ ସିଧାସଳଖ ଯୋଗ୍ୟତା ପାଇବେ । ପ୍ରତି ରାଉଣ୍ଡ ୩ ଦିନ ଧରି ଅନୁଷ୍ଠିତ ହେବ । ଫିଡେ ମାନ୍ୟତା ତାଲିକାର ଶ୍ରେଷ୍ଠ ୫୦ ଜଣଙ୍କୁ ପ୍ରଥମ ରାଉଣ୍ଡ ବାଇ ମିଳିବ । ୨୦୦୦ ମସିହାରେ ପ୍ରଥମ ଥର ଆରମ୍ଭ ହୋଇଥିଲା ଫିଡେ ବିଶ୍ୱକପ୍ ।
…
19
ରାଜ୍ୟରେ ଅଛି ୨.୩୧ କୋଟି ଜନଧନ ଆକାଉଣ୍ଟ, ଚାଲିଛି ସୁଲଭ ବ୍ୟାଙ୍କ ସେବା ଅଭିଯାନ
୨୦୨୫ ମସିହା ଜୁନ୍ ସୁଦ୍ଧା ରାଜ୍ୟରେ ଖୋଲାଯାଇଛି ୨.୩୧ କୋଟି ଜନଧନ ଆକାଉଣ୍ଟ । ପିଏମ୍ ସୁରକ୍ଷା ବୀମା ଯୋଜନାରେ ୨.୧୯ କୋଟି ପଂଜିକରଣ ହୋଇଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୯୨ ଲକ୍ଷ ୩୨ ହଜାର ୨୦୨ ଜଣ ଏବଂ ଅଟଳ ପେନସନ୍ ଯୋଜନାରେ ୨୯ ଲକ୍ଷ ୫୬ ହଜାର ୧୨୬ ଜଣ ହିତାଧିକାରୀ ପଂଜିକୃତ ହୋଇଛନ୍ତି । ଲୋକଙ୍କୁ ସୁଲଭ ବ୍ୟାଙ୍କ ଏବଂ ଆର୍ଥିକ ସେବା ଯୋଗାଣ ଲାଗି କେନ୍ଦ୍ର ଆର୍ଥିକ ସେବା ବିଭାଗ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଜାରି ରହିଛି । ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏହି ଅବଧିରେ ରାଜ୍ୟର ୬୭୯୪ ଗ୍ରାମ ପଂଚାୟତରେ ଏହି ଅଭିଯାନ ପହଞ୍ଚିବ ବୋଲି ସରକାର ସୂଚନା ଦେଇଛନ୍ତି ।
…
20.
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇଲେ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ୭୪ ବର୍ଷୀୟ ଧନଖଡ଼ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ପରାମର୍ଶକୁ ସେ ଅଗ୍ରାଧିକାର ଦେଇଛନ୍ତି । ୨୦୨୨ ଅଗଷ୍ଟ ୬ ତାରିଖରେ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଗାମୀ ୬୦ ଦିନରେ ପୁଣି ଉପ ରାଷ୍ଟ୍ରପତି ନିର୍ବାଚନ ହେବା ଜରୁରୀ ।
…..
21.
୨୪ ତାରିଖ ବେଳକୁ ଲଘୁଚାପ ସମ୍ଭାବନା, ୨୩ରୁ ହେବ ବର୍ଷା
ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ରାଜ୍ୟରେ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ୨୩ରେ କଟକ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ଏବଂ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ ।
…
22.
ଆସନ୍ତାକାଲି ଠାରୁ ଚତୁର୍ଥ ଟେଷ୍ଟ, ଖେଳିବେ ବୁମରା ଓ ପନ୍ତ
ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଦୁଇ ଦିନ ଧରି ଭାରତୀୟ କି୍ରକେଟ ଟିମ୍ ଅଭ୍ୟାସ ଜାରି ରଖିଛି । ବୁଧବାରଠାରୁ ଆରମ୍ଭ ହେବ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ । ଯଶପ୍ରୀତ ବୁମରା ଓ ରିଷଭ ପନ୍ତ ଚତୁର୍ଥ ଟେଷ୍ଟ ଖେଳିବା ସ୍ପଷ୍ଟ ହୋଇଛି । ବୁମରା ଖେଳିବେ ବୋଲି ସିରାଜ ଗଣମାଧ୍ୟମକୁ କହିଛନ୍ତି । ରିଷଭ ମଧ୍ୟ ମଙ୍ଗଳବାର ୱିକେଟ କିପିଙ୍ଗ ଅଭ୍ୟାସ କରିଛନ୍ତି । ନୀତିଶଙ୍କ ସ୍ଥାନରେ କୁଲଦୀପ, କାମ୍ବୋଜ ଓ ସର୍ଦୁଲଙ୍କ ମଧ୍ୟରୁ କେହି ଜଣେ ଖେଳିବେ । ଅପରପକ୍ଷରେ, ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ସୋହେବ ବସିରଙ୍କ ସ୍ଥାନରେ ଲାଏମ ଡାଓସନଙ୍କୁ ସ୍ଥାନ ମିଳିଛି ।
…
23.
ମେ ମାସରେ ଇପିଏଫଓରେ ୨୦ ଲକ୍ଷ ନୂଆ ଉପଭୋକ୍ତା ସାମିଲ
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇଫିଏଫଓ) ସହିତ ୨୦୨୫ ମେ ମାସରେ ୨୦ ଲକ୍ଷ ନୂଆ ଉପଭୋକ୍ତା ସାମିଲ ହୋଇଛନ୍ତି । ୨୦୧୮ ଏପ୍ରିଲରେ ଏ କ୍ଷେତ୍ରରେ ତଥ୍ୟ ସଂଗ୍ରହ ପରଠାରୁ ଏହା ମାସିକ ସର୍ବାଧିକ । ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ୧୮.୯୨ ଲକ୍ଷ ସଦସ୍ୟ ଯୋଡ଼ି ହୋଇଥିଲେ । ତେବେ ଏଥିରେ ଯୁବ ପିଢ଼ି ଓ ମହିଳାଙ୍କ ସଂଘ୍ୟା ଅଧିକ ରହିଛି । ମେ ମାସରେ ୯.୪୨ ଲକ୍ଷ କର୍ମଚାରୀ ଯୋଡ଼ି ହୋଇଥିବା ବେଳେ ଏଥିରେ ୨.୬୨ ଲକ୍ଷ ମହିଳା ଅଛନ୍ତି । ୧୮ରୁ ୨୫ ବର୍ଷ ବୟସର ୫.୬ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି ।
…
24.
ପରିବା ବିକାଳିଙ୍କ ପାଖକୁ ଆସିଲା ୨୯ ଲକ୍ଷ ଟଙ୍କାର ଜିଏସଟି ନୋଟିସ
ଶଙ୍କରଗୌଡ଼ା ହଦିମୀ କର୍ଣ୍ଣାଟକର ହାବେରିସ୍ଥିତ ମୁ୍ୟନିସିପାଲିଟି ହାଇସ୍କୁଲ ପାଖରେ ପରିବା ବିକୁଛନ୍ତି । ବିଗତ ଚାରି ବର୍ଷ ଧରି ସେ ଏହା କରୁଛନ୍ତି । ତାଙ୍କର ଅଧିକାଂଶ ଗ୍ରାହକ ୟୁପିଆଇ କିମ୍ବା ଡିଜିଟାଲ ୱାଲେଟ ଜରିଆରେ ପେମେଣ୍ଟ କରୁଛନ୍ତି । ଏବେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ପାଖକୁ ଆସିଛି ୨୯ ଲକ୍ଷ ଟଙ୍କାର ଜିଏସଟି ନୋଟିସ । ସେଥିରେ ଦାବି କରାଯାଇଛି ଗତ ୪ ବର୍ଷରେ ସେ ୧ କୋଟି ୬୩ ଲକ୍ଷ ଟଙ୍କାର କାରବାର କରିଛନ୍ତି । ସେହି ହିସାବରେ ତାଙ୍କୁ ଜିଏସଟି ଦେବାକୁ ପଡ଼ିବ । ନୋଟିସ ପାଇବା ପରେ ସେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
…..
25.
ସୋସିଆଲ ମିଡିଆ ଛାଡି ଏଆଇ ଶିଖନ୍ତୁ: ପରାମର୍ଶ ଦେଲେ ପରପ୍ଲେକ୍ସିଟି ଏଆଇ ସିଇଓ
ପରପ୍ଲେକ୍ସିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀନିବାସ ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ସମୟ ନଷ୍ଟ ନ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଶିଖିବା ଉପରେ ଧ୍ୟାନ ଦିଅନ୍ତୁ। ତାଙ୍କ ମତରେ, ଭବିଷ୍ୟତରେ ଚାକିରି ପାଇବା ପାଇଁ ଏଆଇ ଜ୍ଞାନ ଅତ୍ୟନ୍ତ ଜରୁରୀ ହୋଇପଡ଼ିବ। ଯେଉଁମାନେ ଏଆଇ ଶିଖିବେ ନାହିଁ, ସେମାନେ ଚାକିରି ବଜାରରେ ପଛରେ ପଡ଼ିଯିବାର ଆଶଙ୍କା ରହିଛି। ସେ ସ୍ୱୀକାର କରିଛନ୍ତି ଯେ ଏଆଇ ଟେକ୍ନୋଲୋଜି ଦ୍ରୁତ ଗତିରେ ବଦଳୁଥିବାରୁ ଲୋକଙ୍କୁ ନିରନ୍ତର ନୂଆ କୌଶଳ ଶିଖିବାକୁ ପଡ଼ିବ। ଶ୍ରୀ ଶ୍ରୀନିବାସ କହିଛନ୍ତି ଯେ କିଛି ଚାକିରି ଏଆଇ ଦ୍ୱାରା ଚାଲିଯିବ, କିନ୍ତୁ ଏଆଇ ସାହାଯ୍ୟରେ ନୂଆ ଉଦ୍ୟୋଗ ଏବଂ ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ। ରିକ୍ରୁଟରଙ୍କ ଭଳି କାମ ମଧ୍ୟ ଭବିଷ୍ୟତରେ ଏଆଇ କରିପାରିବ ବୋଲି ସେ ମତ ଦେଇଛନ୍ତି।
26.
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଅଧ୍ୟକ୍ଷ, ଅଧ୍ୟାପକ ସସପେଣ୍ଡ
ଜଣେ କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ହୋଇଥିଲା ପ୍ରାୟ ସାତ ମାସ ତଳେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ନିଦେ୍ର୍ଦଶ ଆସିଲା । କଲେଜ ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକ ସସପେଣ୍ଡ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଏହି ଅଭିଯୋଗ କରିଥିଲେ । ଅଧ୍ୟକ୍ଷ ଅଭିଯୋଗ ପାଇ ମଧ୍ୟ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ । ବରଂ ବୁଝାମଣା କରାଇ ଦେଇଥିଲେ । ଏବେ ତନାଘନା ହେବା ପରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି ।
..
27.
ନାବାଳିକା ହକି ଖେଳାଳିଙ୍କୁ ଗଣବଳାକ୍ରାର ଅଭିଯୋଗ, ପ୍ରଶିକ୍ଷକଙ୍କ ସମେତ ୪ ଅଟକ
ଯାଜପୁର ଜିଲ୍ଲାର ଯାଜପୁର ଥାନାଞ୍ଚଳରେ ଅଛି ହକି ଷ୍ଟାଡିୟମ । ଜଣେ ନାବାଳିକା ନିୟମିତ ଷ୍ଟାଡିୟମକୁ ହକି ଶିଖିବାକୁ ଯାଉଥିଲେ । ଆଜିକୁ ପ୍ରାୟ ୧୭ ଦିନ ତଳେ ନାବାଳିକା ସାଇକେଲରେ ଘରକୁ ଫେରୁଥିଲେ । ବାଟରେ ତାଙ୍କୁ ଅଟକାଇ ଦୁଇ ଜଣ ପ୍ରଶିକ୍ଷକ ଓ ଦୁଇ ଜଣ ସହଯୋଗୀ ଜବରଦସ୍ତ ଉଠାଇ ନେଇଥିଲେ । ସେମାନେ ନାବାଳିକାଙ୍କୁ ଏକ ଲଜକୁ ନେଇ ଗଣବଳାକ୍ରାର କରିଥିଲେ । ପରେ ତାଙ୍କୁ ହତ୍ୟା ଧମକ ଦେଇ ରାସ୍ତାରେ ଛାଡ଼ି ଦେଇଥିଲେ । ନାବାଳିକା ସେହି ଦିନରୁ ନିରବ ରହିଥିଲେ । ଏବେ ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା ପରେ ସେ ସାହସ ସଞ୍ଚୟ କରି ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇ ପୁଲିସ ଦୁଇ ଜଣ ପ୍ରଶିକ୍ଷକ ଓ ଦୁଇ ଜଣ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ଜେରା କରୁଛି ।
..
28.
ନ୍ୟାୟ ମିଳିଲାନି, ଥାନାରେ ନୀଟନାଶକ ପିଇ ଯୁବତୀ ଗୁରୁତର
ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ସୋମବାର ଏକ ଅଘଟଣ ଘଟିଛି । ଏହି ଅଞ୍ଚଳର ଜଣେ ଯୁବତୀ ଗ୍ରାମର ଜଣେ ଯୁବକଙ୍କୁ ଦୀର୍ଘ ବର୍ଷ ହେବ ଭଲ ପାଉଥିଲେ । ଯୁବକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ବିବାହ କରି ନଥିଲେ । ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ସେ ଜାମିନରେ ଆସି ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରିଥିଲେ । ଏ ନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଏକ ଅଭିଯୋଗ ହୋଇଥିଲା । ଉଭୟ ପକ୍ଷଙ୍କୁ ସୋମବାର ପୁଲିସ ଥାନାକୁ ଡାକିଥିଲା । କିନ୍ତୁ ପୁଲିସ ଯୁବକଙ୍କୁ କୋହଳ ଦଫା ଲଗାଇଥିବାରୁ ସେ ଜାମିନରେ ଆସିଲେ ବୋଲି ଅଭିଯୋଗ କରି ଯୁବତୀ ଆଚନକ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
…
29.
ଓଡ଼ିଶାରେ ପ୍ରଥମ ଥର ପାଇଁ ହେବ ‘ଓଡ଼ିଶା ଟେକ୍ସ ୨୦୨୫’ ବୟନ ଶିଳ୍ପ ସମ୍ମିଳନୀ
ଆସନ୍ତା ଜୁଲାଇ ୨୫ ତାରିଖରେ ଭୁବନେଶ୍ୱରର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ପ୍ରଥମ ‘ଓଡ଼ିଶା ଟେକ୍ସ ୨୦୨୫’ ନାମକ ଏକ ବୃହତ ବୟନ ଶିଳ୍ପ ନିବେଶ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ଓଡ଼ିଶାକୁ ଏକ ପ୍ରମୁଖ ବୟନ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଦେଶର ବଡ଼ ବଡ଼ ବୟନ କମ୍ପାନୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଏଥିରେ ତିରୁପୁର, ବେଙ୍ଗାଲୁରୁ ଓ ସୁରଟ ଭଳି ସହରରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ରାଜ୍ୟରେ ୬ଟି ନୂଆ ଟେକ୍ସଟାଇଲ୍ ପାର୍କ ନିର୍ମାଣ କରାଯାଉଥିବା ବେଳେ ଏହି ସମ୍ମିଳନୀ ଶିଳ୍ପ ବିକାଶ ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସରକାର ଆଶା ରଖିଛନ୍ତି।
….
30.
ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ୍ ସ୍ଲାମ୍: ଆରୋନିଆନ୍ ଚାମ୍ପିଅନ୍, ପ୍ରଜ୍ଞାନନ୍ଦଙ୍କୁ ସପ୍ତମ ସ୍ଥାନ
ଲାସ୍ ଭେଗାସ୍ରେ ଅନୁଷ୍ଠିତ ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ୍ ସ୍ଲାମ୍ ପ୍ରତିଯୋଗିତାରେ ଲେଭନ୍ ଆରୋନିଆନ୍ ଚାମ୍ପିଅନ୍ ହୋଇଛନ୍ତି। ଫାଇନାଲରେ ସେ ହାନ୍ସ ନିମନ୍ଙ୍କୁ ୧.୫-୦.୫ରେ ପରାସ୍ତ କରି ୨୦୦,୦୦୦ ଡଲାର ପୁରସ୍କାର ରାଶି ଜିତିଛନ୍ତି। ଏହା ତାଙ୍କ କ୍ୟାରିୟରର ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନସ୍ କାର୍ଲସେନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅର୍ଜୁନ ଏରିଗେସି ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ, ଆର୍. ପ୍ରଜ୍ଞାନନ୍ଦ ୱେସଲି ସୋ’ଙ୍କୁ ହରାଇ ସପ୍ତମ ସ୍ଥାନରେ ରହିଛନ୍ତି। ତେବେ ନିଜ ପ୍ରଦର୍ଶନରେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନଥିବା ପ୍ରଜ୍ଞାନନ୍ଦ କହିଛନ୍ତି।