ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Sports

ଟି-ଟ୍ୱେଣ୍ଟି ବିଶ୍ୱକପରୁ ଆଇସିସିର ରୋଜଗାର ପ୍ରାୟ ୯ ହଜାର କୋଟି

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହୋଇଛି । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଇସିସି ମୋଟ୍ ୧ ବିଲିୟନ ଡଲାର ବା ୯୦୦୦ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲା । ଯେଉଁଥିରେ ପ୍ରାୟତଃ ସଫଳ ହୋଇଛି । ଯାହା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇତିହାସରେ ଏକ ରେକର୍ଡ । ତେଣୁ ଖେଳ କେବଳ ଖେଳରେ ସୀମିତ ନରହି, ଏହା ଏକ ବଡ଼ ବଜାରରେ ପରିଣତ ହୋଇଛି । ଭାରତ ଏହାର ମୁଖ୍ୟ ଆୟୋଜକ । ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବଜାର । ତେଣୁ ଭେନୁ୍ୟ ଓ ସୂଚୀ ମଧ୍ୟ ସେମିତି ପ୍ରସ୍ତୁତ କରାଯାଇଥିଲା । କେବଳ ଭାରତରୁ ଆଇସିସି ମ୍ୟାଚର ପ୍ରସାରଣ ଅଧିକାର ବାବଦରେ ପୂରା ଟୁର୍ଣ୍ଣାମେଣ୍ଟର ୯୦ ପ୍ରତିଶତ ଅର୍ଥ ପାଇଛି । ଏଥର ଭାରତ ଓ ପାକିସ୍ତାନ ଥରୁଟିଏ ମୁହାଁମୁହିଁ ହୋଇଥିଲେ । ଏହି ଗୋଟିଏ ମ୍ୟାଚରୁ ୨୨୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କା ଆଇସିସି ରୋଜଗାର କରିଥିବା ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣା ପଡ଼ିଛି । ସେହିପରି ପୁରସ୍କାର ରାଶି ୨୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏଥର ମୋଟ୍ ୧୨୦ କୋଟି ଟଙ୍କା ପୁରସ୍କାର ରାଶି ରହିଥିଲା ।
Watch full Video

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *