ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ଘରୋଇ ଏଲପିଜି ପ୍ରତୀକ୍ଷା ସମୟ ୨୫ ଦିନକୁ ବଢ଼ିଲା

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ ଦେଶରେ ଏଲପିଜି ଅଭାବ ଆଶଙ୍କା କରୁଛନ୍ତି ଲୋକେ । ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କଳାବଜାରୀକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ମିଳିବାର ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ବୁକିଂ ହୋଇପାରୁଥିଲା । ଏବେ ଏହାକୁ ୨୫ ଦିନକୁ ବଢ଼ାଇ ଦିଆଯାଇଛି । ଅନ୍ୟପକ୍ଷରେ, ତୈଳ କମ୍ପାନିଗୁଡ଼ିକ ଓଡ଼ିଶାରେ ଥିବା ସମସ୍ତ ଡିଲର ଏବଂ ବିତରକମାନଙ୍କୁ କମର୍ସିଆଲ ଏଲପିଜି ସିଲିଣ୍ଡର ଯୋଗାଣ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରକାଶଯୋଗ୍ୟ, ୧୯.୦ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ଦର ୧୯୩୮ରୁ ୨୦୫୨ ଟଙ୍କାକୁ ବୃଦ୍ଧି ପାଇଛି । ୪୭.୦ କିଲୋଗ୍ରାମ ସିଲିଣ୍ଡର ଦାମ ୪୭୮୬ ଟଙ୍କାରୁ ୫୧୨୮ ଟଙ୍କା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡର ପିଛା ଦର ୬୦ ଟଙ୍କା ବଢ଼ିଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *