ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ଓଡ଼ିଶା ଦେଇ ଯିବ ଦୁଇଟି ନୂଆ ଅମୃତ ଭାରତ ଏକ୍ସପ୍ରେସ

ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଶା ଦେଇ ଯିବ ୨ ନୂଆ ଅମୃତ ଭାରତ ଏକ୍ସପ୍ରେସ । ଗୋଟିଏ କାମାକ୍ଷା-ଚର୍ଲାପାଲ୍ଲି ଓ ଅନ୍ୟଟି କୋଏମ୍ୱାଟୁର-ଧାନବାଦ ଅମୃତ ଭାରତ ଏକ୍ସପ୍ରେସ ନାମରେ ଚାଲିବ । ତେବେ କାମାକ୍ଷା-ଚର୍ଲାପାଲ୍ଲି ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଦେଶର ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଭାଗ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ । ଏହି ଟ୍ରେନ୍ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଶ୍ରୀକାକୁଲମ୍ ଏବଂ ବିଶାଖାପାଟଣା ଦେଇ ଚଳାଚଳ କରିବ । ଏହି ଟ୍ରେନ ପ୍ରତି ରବିବାର କାମାକ୍ଷାରୁ ଏବଂ ପ୍ରତି ବୁଧବାର ଚର୍ଲାପାଲ୍ଲିରୁ ଛାଡ଼ିବ । ସେହିପରି ପୋଡାନୁର – ଧାନବାଦ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ଦେଇ ଚଳାଚଳ  କରିବ । ଏହି ଟ୍ରେନ୍ ପ୍ରତି ଶନିବାର ପୋଡାନୁରରୁ ଏବଂ ପ୍ରତି ସୋମବାର ଧାନବାଦରୁ ଛାଡ଼ିବ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *