ଦୁବାଇରେ ୬୪ଟି ଆପାର୍ଟମେଣ୍ଟରେ ଭାରତୀୟ ଆଶ୍ରୟ ଦେଇଛନ୍ତି ଜଣେ ବ୍ୟକ୍ତି
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦୁବାଇରେ ଅନେକ ଭାରତୀୟ ଫସି ଯାଇଛନ୍ତି । ବିମାନସେବା ବ୍ୟାହତ ହୋଇଥିବାରୁ ସେମାନେ ଘରକୁ ଫେରିପାରୁନାହାନ୍ତି । ହୋଟେଲର ଦାମ୍ ବଢ଼ିଯାଇଥିବାରୁ ସେଠାରେ ରହିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ଏଭଳିସ୍ଥିତିରେ ସେମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଅଲ୍ ମିଜାନ୍ ଗ୍ରୁପର ଅଧ୍ୟକ୍ଷ ଭାରତୀୟ ବ୍ୟବସାୟୀ ଯୋଗେଶ ଦୋଷୀ । ସେ ତାଙ୍କର ୬୪ଟି ଆପାର୍ଟମେଣ୍ଟ ଥିବା ଏକ ଆବାସିକ ପରିସରରେ ଫସିଥିବା ଭାରତୀୟଙ୍କୁ ଆଶ୍ରୟ ଦେଇଛନ୍ତି । ସେଠାରେ ରହିବା ମାଗଣା ହୋଇଥିବାବେଳେ ଖାଇବା ସହ ଅନ୍ୟ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି । ଇଣ୍ଡିଆନ୍ ପିପୁଲ୍ସ ଫୋରମ୍ ୟୁଏଇ ଏବଂ ଦୁବାଇସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ସହ ମିଶି ସେ ଏହି କାମ କରୁଛନ୍ତି । ଏ ପର୍ଯ୍ୟନ୍ତ ୧୨୫ରୁ ଊଦ୍ଧ୍ୱର୍ ଭାରତୀୟଙ୍କୁ ତାଙ୍କ ଆବାସିକ ପରିସରରେ ଅସ୍ଥାୟୀ ଆଶ୍ରୟ ମିଳିଛି । ସେଠାରେ ଆଶ୍ରୟ ନେଇଥିବା କିଛି ଭାରତୀୟଙ୍କ ନିକଟରେ ଅର୍ଥ ନାହିଁ ।