ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ରାସନ୍ ବଣ୍ଟନରେ ଅନିୟମିତତା ପାଇଁ ରାଜ୍ୟରେ ୭୫ ଡିଲରଙ୍କ ଲାଇସେନ୍ସ ରଦ୍ଦ

ଓଡ଼ିଶାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ୩,୬୨୪ଟି ସ୍ଥାନରେ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପରେ ଅନିୟମିତତା ପାଇଁ ରାଜ୍ୟର ୭୫ ଜଣ ରାସନ୍ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଦମ ରାସନ୍ ବଣ୍ଟନରେ ଓଜନ କମ ଏବଂ ନିମ୍ନମାନର ଚାଉଳ ଦିଆଯାଉଥିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଇ-ପୋସ୍  ମେସିନ୍ ଏବଂ ବାୟୋମେଟ୍ରିକ୍ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଭବିଷ୍ୟତରେ ମଧ୍ୟ ଏପରି ମନମାନି କରୁଥିବା ଡିଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *