ଖାଇବରରେ ସାମରିକ ଠିକଣାକୁ ବଲୁଚଙ୍କ ଟାର୍ଗେଟ୍, ଇସଲାମାବାଦ ବିମାନବନ୍ଦର ବନ୍ଦ
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି । ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ସେହି ଆକ୍ରମଣର ଶୁକ୍ରବାର ଜବାବ ଦେଇଛି ଆଫଗାନିସ୍ତାନ । ଆଫଗାନ ବାୟୁସେନା ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଛି । ଟୋଲୋ ନୁ୍ୟଜର ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ତାଲିବାନ ସରକାର କୋହାଟ କ୍ଷେତ୍ରରେ ଥିବା ପାକିସ୍ତାନର ସାମରିକ ଠିକଣାକୁ ଟାର୍ଗେଟ୍ କରିଛନ୍ତି । ଅବଶ୍ୟ ଏଥିରେ କେହି ମୃତାହତ ହେବାର ରିପୋର୍ଟ ମିଳିନାହିଁ । ଆକ୍ରମଣ ପରେ ଇସଲାମାବାଦ ଅନ୍ତର୍ଜାତୀୟ ବିମାବବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବିମାନବନ୍ଦର ଅଭିମୁଖେ ଯିବାଆସିବା କରିବାକୁ ଥିବା ସମସ୍ତ ଉଡ଼ାଣକୁ ରୋକାଯାଇଛି । ଅନେକ ବିମାନକୁ ଡାଇଭର୍ଟ କରାଯାଇଛି ।