ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ଆଡୋବ ସିଇଓ ପଦ ଛାଡିବେ ଶାନ୍ତନୁ ନାରାୟଣ

ଆଡୋବ ର ସିଇଓ ଶାନ୍ତନୁ ନାରାୟଣ ଦୀର୍ଘ ୧୮ ବର୍ଷ ପରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ମାଇକ୍ରୋସଫ୍ଟର ସିଇଓ ତଥା ତାଙ୍କର ସ୍କୁଲ ସାଙ୍ଗ ସତ୍ୟ ନାଦେଲା ଶାନ୍ତନୁଙ୍କ ସଫଳ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ଉଭୟେ ହାଇଦ୍ରାବାଦ ପବ୍ଲିକ ସ୍କୁଲରେ ଏକାଠି ପଢ଼ୁଥିଲେ। ଏକ୍ସ ରେ ଏକ ପୋଷ୍ଟ କରି ନାଦେଲା ଲେଖିଛନ୍ତି ଯେ, ଆଡୋବରେ ଶାନ୍ତନୁଙ୍କ ଯାତ୍ରା ଏକ ‘ଐତିହାସିକ ସଫଳତା’ ଥିଲା। ସେ ଆଡୋବକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସଫ୍ଟୱେର୍ କମ୍ପାନୀରେ ପରିଣତ କରିଛନ୍ତି ଏବଂ କ୍ରିଏଟର୍ସ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି। ଏହାସହ ନାଦେଲା ତାଙ୍କର ବନ୍ଧୁତା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ। ନୂଆ ସିଇଓ ଚୟନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଶାନ୍ତନୁ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦେଇଛନ୍ତି।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *