ଏପ୍ରିଲରୁ ମହଙ୍ଗା ହେବ ଫାଷ୍ଟାଗ୍ ବାର୍ଷିକ ପାସ୍, ବଢ଼ିବ ୭୫ ଟଙ୍କା
ଆସନ୍ତା ମାସ ବା ଏପ୍ରିଲ ପହିଲାରୁ ଜାତୀୟ ରାଜପଥରେ ଯାତ୍ରା କରିବା ସାମାନ୍ୟ ମହଙ୍ଗା ହୋଇଯିବ । ସଡ଼କ ପରିବହନ ମନ୍ତ୍ରାଳୟ ବାର୍ଷିକ ଫାଷ୍ଟାଗ ପାସ୍ ଦରରେ ୨.୫ ପ୍ରତିଶତ ବୃଦ୍ଧି କରିଛି । ଏବେ ଘରୋଇ ଗାଡ଼ି ମାଲିକମାନଙ୍କୁ ବାର୍ଷିକ ପାସ୍ ପାଇଁ ୩୦୦୦ ଟଙ୍କା ବଦଳରେ ୩,୦୭୫ ଟଙ୍କା ଦେବାକୁ ପଡ଼ିବ । ଏହି ପାସ୍ କାର ୟୁଜରଙ୍କୁ ଦେଶବ୍ୟାପୀ ୨୦୦ ଟୋଲ ପ୍ଲାଜାରେ ବିନା ବାଧାରେ ଯାତ୍ରା କରିବାର ସୁବିଧା ଦେଇଥାଏ । ସରକାର ଅଗଷ୍ଟ ୧୫ରୁ ଏହି ବିଶେଷ ବାର୍ଷିକ ପାସ୍ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ଏଯାବତ୍ ୫୨ ଲକ୍ଷରୁ ଊଦ୍ଧ୍ୱର୍ ରାଜପଥ କାର ୟୁଜର ଏହି ସ୍କିମରେ ସାମିଲ ହୋଇଛନ୍ତି । ଯଦି ଜଣେ ବାରମ୍ବାର ରାଜପଥରେ ଯାତ୍ରା କରୁଛନ୍ତି ଏବଂ ଏହି ବର୍ଦ୍ଧିତ ଦରରୁ ବଞ୍ଚିବାକୁ ଚାହୁଁଥାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ପୁରୁଣା ଦରରେ ରିଚାର୍ଜ କରିପାରିବେ କିମ୍ବା ନୂଆ ପାସ୍ କିଣିପାରିବେ । ଏପ୍ରିଲ ୧ ସକାଳୁ ସିଷ୍ଟମରେ ନୂଆ ଦର ଅପଡେଟ୍ କରିଦିଆଯିବ ।