ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ରାଜ୍ୟ ସଭା ନିର୍ବାଚନ ଜିତିଲେ ମନମୋହନ, ସୁଜିତ, ସଂତୃପ୍ତ ଓ ଦିଲ୍ଲୀପ

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ସୋମବାର ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିଲା । ବିଧାନସଭାର ୫୪ ନମ୍ବର କକ୍ଷରେ ସମସ୍ତ ୧୪୭ ବିଧାୟକ ମତଦାନ କରିଥିଲେ । ସନ୍ଧ୍ୟା ୫ଟା ପରେ ଗଣତି ପ୍ରକ୍ରିୟା ଆରମ୍ଭ ହେଲା । ପ୍ରଥମ ପସନ୍ଦ ଭୋଟ ଗଣତିରୁ ଜଣାପଡ଼ିଲା, ବିଜେପିର ଦଳୀୟ ପ୍ରାର୍ଥୀ ମନମୋହନଙ୍କୁ ୩୫ ଖଣ୍ଡ ଓ ସୁଜିତଙ୍କୁ ବି ୩୫ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ପାଇଲେ ୩୧ ଭୋଟ । ପ୍ରଥମ ପସନ୍ଦ ଭୋଟରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ଓ ବିଜେପି ସମର୍ଥନରେ ଲଢ଼ୁଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କ ଭୋଟ ସମାନ ହୋଇଗଲା । ଉଭୟଙ୍କୁ ୨୩ଟି ଲେଖାଏଁ ଭୋଟ ମିଳିଲା । ସୁଜିତ ଓ ମନମୋହନଙ୍କୁ ମିଳିଥିବା ଭୋଟରୁ ଦ୍ୱିତୀୟ ପସନ୍ଦ ଭୋଟର ଗଣତି ହେଲା । ଏହି ଗଣତି ପରେ ମନମୋହନ, ସୁଜିତ, ସଂତୃପ୍ତଙ୍କ ସହ ଦିଲ୍ଲୀପ ବି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *