ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

ଯୁଦ୍ଧ ଭୟ: ହଜାରେ ନିୟୁତପତି ଦୁବାଇ ଛାଡ଼ିଲେଣି

ମଧ୍ୟପ୍ରାଚ୍ୟ ଅଶାନ୍ତି ମଧ୍ୟରେ ଦୁବାଇରେ ଧନକୁବେରମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏକଦା ବିଳାସ ଜୀବନର ପ୍ରତୀକ ଭାବେ ଗଣାଯାଉଥିଲା ଦୁବାଇ ।  ଏଠାରେ ରହିବାକୁ ସେମାନେ ଆଉ ସୁରକ୍ଷିତ ମଣୁନାହାନ୍ତି । ଅଧିକାଂଶ ଓମାନର ରାଜଧାନୀ ମସ୍କାଟ ଦେଇ ଲଣ୍ଡନ ଏବଂ ଅନ୍ୟ ୟୁରୋପୀୟ ସହରଗୁଡ଼ିକୁ ପଳାଇ ଯାଉଛନ୍ତି । ଦୈନିକ ମସ୍କାଟ ବିମାନ ବନ୍ଦରରୁ ପାଖାପାଖି ୩୦ ଘରୋଇ ଜେଟ୍  ଏବଂ ଚାର୍ଟର୍ଡ ଫ୍ଲାଇଟ୍ ଛାଡୁଛି । ପ୍ରତି ବିମାନରେ ଅନୁ୍ୟନ ୮ ଯାତ୍ରୀ ଯାଉଛନ୍ତି । ଏହା ମଧ୍ୟରେ ୧୦୦୦ରୁ ଊଦ୍ଧ୍ୱର୍ ଧନୀ ପରିବାର ଦୁବାଇ ଛାଡ଼ିସାରିଲେଣି । ୮୧,୨୦୦ ନିୟୁତପତି ଥିବା ଏହି ସହରରୁ ଏକସଙ୍ଗେ ଏତେ ମାତ୍ରାରେ ଧନୀ ପଳାୟନ କରିବାରୁ ଏହାର ଅର୍ଥବ୍ୟବସ୍ଥାକୁ ବାଧିବା ଆରମ୍ଭ କଲାଣି । ତେବେ ବିମାନରେ ସିଟ୍ ପିଛା ପ୍ରାୟ ୨୦,୦୦୦ ଡଲାର ବା ୧୬ ଲକ୍ଷ ଟଙ୍କା ଦେବାକୁ ପଡୁଛି । 

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *