ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

BusinessIndia News

ଫୋର୍ବସ ତାଲିକା; ବର୍ଷକରେ ଭାରତରେ ବଢ଼ିଲେ ୨୪ ଅରବପତି

ପ୍ରକାଶ ପାଇଛି ଫୋର୍ବସ ବିଶ୍ୱ ଅରବପତି ତାଲିକା-୨୦୨୬ । ଏଥର ଦେଶରେ ଯୋଡ଼ି ହୋଇଯାଇଛନ୍ତି ୨୪ ନୂଆ ଅରବପତି । ଫଳରେ ଏମାନଙ୍କ ସଂଖ୍ୟା ବଢ଼ି ହୋଇଛି ୨୨୯ । ମିତ୍ତଲଙ୍କ କମ୍ପାନି ଆର୍ସେଲରମିତ୍ତଲର ସେୟାରରେ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିବା ଦ୍ୱାରା ତାଙ୍କ ମୋଟ ସମ୍ପତ୍ତି ୩୧ ବିଲିୟନ ଡଲାର ବା ୨.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି । ଭାରତର ଧନୀ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନି । ତାଙ୍କ ମୋଟ ସମ୍ପତ୍ତି ରହିଛି ୯.୨୩ ଲକ୍ଷ କୋଟି ଟଙ୍କା । ସେହିଭଳି ୫.୯୧ ଲକ୍ଷ କୋଟିର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନି । ୨୦୨୫ରେ ଏହା ଥିଲା ୮.୫୨ ଲକ୍ଷ କୋଟି । ତୃତୀୟ ସ୍ଥାନରେ ଓପି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ରହିଛନ୍ତି । ସେ ଭାରତର ସବୁଠାରୁ ଧନୀ ମହିଳା । ସମଗ୍ର ତାଲିକାରେ ୨୦ ଭାରତୀୟ ମହିଳା ଅରବପତି ସାମିଲ ହୋଇଛନ୍ତି । କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ ଏବଂ ପେଟିଏମ୍ ସହପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ମଧ୍ୟ ତାଲିକାରେ ଅଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *