ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ଓଡ଼ିଶା ଦେଇ ଯିବ ୫୨୨ କିଲୋମିଟରର ହାଇସ୍ପିଡ୍ କରିଡର

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ାକୁ ସଂଯୋଗ କରିବାକୁ ଯାଉଛି ସୁଦୀର୍ଘ ହାଇସ୍ପିଡ୍ ତଥା ଗ୍ରୀନଫିଲ୍ଡ କରିଡର । ଏହି ପ୍ରକଳ୍ପ ମଧ୍ୟରେ କେବଳ ଓଡ଼ିିଶା ମଧ୍ୟରେ ୫୨୨ କିଲୋମିଟରର ଦୀର୍ଘ ହାଇସ୍ପିଡ୍ ତଥା ଗ୍ରୀନଫିଲ୍ଡ କରିଡର ନିର୍ମାଣ ହେବ । ଏହି ହାଇସ୍ପିଡ୍ କରିଡର ୯ଜିଲ୍ଲାର ୨୭ଟି ସହରକୁ ଯୋଡ଼ିବ । ଏହି  କରିଡ଼ର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଭଳି ୯ଟି ଜିଲ୍ଲାର ୨୭ଟି ସହରକୁ ସଂଯୋଗ କରିବ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧପ୍ରଦେଶ ଏବଂ ଓଡ଼ିଶା ଦେଇ ଯାଉଥିବା ୧୧୦୨ କିଲୋମିଟର ରାସ୍ତାରୁ ଓଡ଼ିଶାରେ ହେବାକୁ ଥିବା ୫୨୨ କିମି ରାସ୍ତା ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହେବ । ଏଥିରୁ ଗଞ୍ଜାମ ଜିଲ୍ଲାରେ  ୯୭ କିଲୋମିଟର, ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେନ୍ଦୁଝରରେ ୮୬ କିମି ଏବଂ ରାୟଗଡ଼ା ଜିଲ୍ଲାରେ ୫୩ କିମି ରାସ୍ତା ନିର୍ମିତ ହେବ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *