ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ଏଲପିଜି ସଙ୍କଟ ଦୂର କରିବାକୁ ସରକାର ପ୍ରସ୍ତୁତ କଲେ ଦୁଇଟି ବଡ଼ ଟ୍ୟାଙ୍କର

ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଥିଲା ବେଳେ ବିଶ୍ୱବ୍ୟାପୀ ଦେଖାଦେଇଛି ଶକ୍ତି ସଙ୍କଟ । ତେବେ ଏଲପିଜି ଅଭାବ ଦୂର ପାଇଁ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି । କେନ୍ଦ୍ର ସରକାର ଇତିମଧ୍ୟରେ ଦୁଇଟି ବଡ଼ ଜାହାଜ ପ୍ରସ୍ତୁତ କରିଛନ୍ତି । ଏଗୁଡ଼ିକୁ ଏଲପିଜି ଟ୍ୟାଙ୍କର ଫ୍ଲିଟରେ ସାମିଲ କରାଯାଇଛି । ଜାହାଜ ଦ୍ୱୟର ନାମ ‘ଜଗ୍ ବସନ୍ତ’ ଓ ‘ପାଇନ୍ ଗ୍ୟାସ୍’ । ଉଭୟ ଜାହାଜକୁ ଏଲପିଜି ଟ୍ୟାଙ୍କର ଭାବେ ଉନ୍ନତ ଶୈଳୀରେ ଡିଜାଇନ୍ କରାଯାଇଛି । ଅତ୍ୟଧିକ ଚାପ ଓ ତାପମାତ୍ରା ନିୟନ୍ତ୍ରିତ ବାତାବରଣରେ ଏହା ବିପୁଳ ପରିମାଣର ଗ୍ୟାସ ଆଣିପାରିବ । ଏଲପିଜି ଯୋଗାଣକୁ ସ୍ୱାଭାବିକ ରଖିବା ପାଇଁ ଭାରତର ଜାତୀୟ ସୁରକ୍ଷା ପରିଷଦ ଇରାନର ନିରାପତ୍ତା ଏଜେନ୍ସିଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଏକାଧକ ଥର ଫୋନରେ କଥା ହୋଇ ଶକ୍ତି ସଙ୍କଟ ଏଡ଼ାଇବାକୁ ଯଥାସାଧ୍ୟ ଚେଷ୍ଟା କରିଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *