କୁଲଦୀପଙ୍କ ରିସେପସନରେ ଯୋଗଦେଲେ ଗମ୍ଭୀର, ଜାଡେଜା, ପନ୍ତ
ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହେବା ପରେ ଭାରତୀୟ କ୍ରିକେଟର୍ କୁଲଦୀପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ ୧୪ ତାରିଖରେ କୁଲଦୀପ ତାଙ୍କ ବାନ୍ଧବୀ ବଂଶିକା ଚଡ୍ଡାଙ୍କୁ ବିବାହ କରିଛନ୍ତି । ମସୁରୀରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ଏହାପରେ କୁଲଦୀପ ତାଙ୍କ ଘରୋଇ ସହର ଲକ୍ଷ୍ନୌରେ ଗତକାଲି ବିବାହ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ କ୍ରିକେଟ୍ ସମେତ ରାଜନୀତିର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେଇଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଓ ବର୍ତ୍ତମାନର ଭାରତୀୟ କ୍ରିକେଟର୍ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଋଷଭ ପନ୍ତ ପ୍ରମୁଖ ରହିଥିଲେ । ସେହିଭଳି ପୂର୍ବତନ କ୍ରିକେଟର ଶିଖର ଧାୱନ ତାଙ୍କ ପତ୍ନୀ ସୋଫି ସାଇନଙ୍କ ସହିତ ରିସେପସନରେ ଯୋଗ ଦେଇଥିଲେ । ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଯୋଗ ଦେଇ ଭୋଜିର ମଜା ଉଠାଇଥିଲେ ।