ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

World News

କାତାର ଏଲଏନଜି ଗ୍ୟାସ ପ୍ଲାଣ୍ଟରେ ଆକ୍ରମଣ; ୫ ବର୍ଷ ପାଇଁ ପ୍ରଭାବିତ ହେବ ଭାରତର ଗ୍ୟାସ ଯୋଗାଣ

ଇରାନ ଆକ୍ରମଣ ଦ୍ୱାରା କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି କ୍ଷମତା ନଷ୍ଟ ହୋଇଯାଇଛି । ଯାହା ଫଳରେ ବାର୍ଷିକ ପ୍ରାୟ ୨୦ ବିଲିୟନ ଡଲାର ରାଜସ୍ୱ କ୍ଷତି ହେବ । କାତାର ଏନର୍ଜି ଓ ଶକ୍ତିବ୍ୟାପାର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କାବିଙ୍କ କହିବା ଅନୁଯାୟୀ, ମରାମତି କାର୍ଯ୍ୟ ଯୋଗୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୨.୮ ନିୟୁତ ଟନ୍ ଏଲଏନଜି ଉତ୍ପାଦ ବାଧା ହେବ । ଯାହା ଚୀନ ଓ ଭାରତ ସମେତ ୟୁରୋପୀୟ ଏବଂ ଏସୀୟ ଦେଶଗୁଡ଼ିକର ଯୋଗାଣକୁ ବିପଦରେ ପକାଇ । ଗତ କିଛି ବର୍ଷ ମଧ୍ୟରେ ଇରାନ ଆକ୍ରମଣରେ କତାରର ୧୪ଟି ଏଲଏନଜି ଟ୍ରେନ ମଧ୍ୟରୁ ଦୁଇଟି କ୍ଷତିଗ୍ରସ୍ତ ହୋଇଛି । ଫଳରେ ଇଟାଲୀ, ବେଲଜିୟମ, ଦକ୍ଷିଣ କୋରିଆ ଓ ଚୀନକୁ ପାଞ୍ଚ ବର୍ଷର ଏଲଏନଜି ଯୋଗାଣା ପ୍ରଭାବିତ ହେବ । ଉତ୍ପାଦନ ପୁନଃ ଆରମ୍ଭ କରିବା ପାଇଁ ପ୍ରଥମେ ଆମକୁ ଶତ୍ରୁତା ବନ୍ଦ କରିବାକୁ ପଡ଼ିବ ବୋଲି କାତାର ଏନର୍ଜି ମନ୍ତ୍ରୀ କହିଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *