ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Odisha News

ନବୀନ ଦେଲେ ନିଦେ୍ର୍ଦଶ, ବିଜେଡିରୁ ୬ ବିଧାୟକ ନିଲମ୍ବିତ

ଶେଷରେ ରାଜ୍ୟସଭା କ୍ରସ ଭୋଟିଂ ନେଇ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ । ଦଳରୁ ୬ ବିଧାୟଙ୍କୁ ନିଲମ୍ବିତ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଏବଂ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ ନିଲମ୍ବିତ କରାଯାଇଛି । କ୍ରସ ଭୋଟିଙ୍ଗ ନେଇ ରାଜ୍ୟସଭା ଭୋଟ ପରଦିନ ହିଁ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲା ବିଜେଡି । ୨୦ ମାର୍ଚ୍ଚ ସୁଦ୍ଧା ଜବାବ ମଗାଯାଇଥିଲା । ଶୁକ୍ରବାର ୬ ବିଧାୟକ ନିଜର ଜବାବ ପଠାଇଥିଲେ । ଶୃଙ୍ଖଳା କମିଟି ତାହାର ତର୍ଜମା କରିଥିଲା । ଏବେ ବିଧାନସଭାରେ ବିଜେଡିର ସଂଖ୍ୟା ୪୨କୁ ଖସି ଆସିଛି । ୨୦୨୪ ନିର୍ବାଚନରେ ବିଜେଡିରୁ ୫୧ ବିଧାୟକ ନିର୍ବାଚିତ ହୋଇଥିଲେ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ଓ ପରବର୍ତ୍ତୀ ସମୟରେ ପ୍ରଥମେ ଦୁଇ ଓ ଏବେ ୬ ବିଧାୟକଙ୍କ ନିଲମ୍ବନ ହେବାରୁ ବିଜେଡି ସଂଖ୍ୟାରେ ୯ ସଦସ୍ୟ ହ୍ରାସ ପାଇଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *