ହର୍ମୁଜ ଖୋଲିବାକୁ ଇରାନକୁ ୪୮ ଘଣ୍ଟାର କଣ୍ଟ ଦେଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟଙ୍କର ରୂପଧାରଣଣ କରିଚାଲିଛି। ଇରାନ ରବିବାର ସକାଳୁ ଇସ୍ରାଏଲ ଉପରକୁ ୪ଟି ବାଲିଷ୍ଟିକ ମିସାଇଲ ମାଡ଼ କରିଛି। ଏହି ଆକ୍ରମଣରେ ଶିଶୁଙ୍କ ସମେତ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହା ପୂର୍ବରୁ ଇରାନ ଶନିବାର ରାତିରେ ମଧ୍ୟ ଇସ୍ରାଏଲର ଡିମୋନା ଏବଂ ଆରାଦ ସହର ଉପରେ ଆକ୍ରମଣ କରିଥିଲା। ଏଠାରେ ଇସ୍ରାଏଲର ଏକ ବଡ଼ ପରମାଣୁ କେନ୍ଦ୍ର ରହିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ପକ୍ଷରୁ ଏହି ଆକ୍ରମଣ ବୃଦ୍ଧି ପାଇଛି। ଟ୍ରମ୍ପ ହର୍ମୁଜ ଷ୍ଟ୍ରେଟ ଖୋଲିବା ପାଇଁ ଇରାନକୁ ୪୮ ଘଣ୍ଟାର କଣ୍ଟ ଦେଇଥିଲେ। ଏହି ସମୟ ଭିତରେ ସମ୍ପୂର୍ଣ୍ଣ ଭାବେ ଖୋଲା ନ ଗଲେ ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରାଯିବ। ସବୁଠାରୁ ବଡ଼ ପ୍ଲାଣ୍ଟରୁ ଏହି ଆକ୍ରମଣ ଆରମ୍ଭ ହେବ ବୋଲି ଟ୍ରମ୍ପ ଧମକ ଦେଇଥିଲେ।