ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ବଡ଼ ଆହ୍ୱାନ ଦେଲେ ମୋଦି

ପଶ୍ଚିମ ଏସିଆ ସଙ୍କଟ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ମଙ୍ଗଳବାର ୨୧ ମିନିଟ୍ ଧରି ବୟାନ ରଖିଛନ୍ତି । ସେ କହିଛନ୍ତି, ତିନି ସପ୍ତାହରୁ ଅଧିକ ସମୟ ହେଲା ଚାଲିଥିବା ଆମେରିକା-ଇସ୍ରାଏଲ୍ ଏବଂ ଇରାନ ଯୁଦ୍ଧ ବୈଶ୍ୱିକ ଅର୍ଥନୀତିକୁ ଦୋହଲାଇ ଦେଇଛି । ଯୁଦ୍ଧ କାରଣରୁ ହୋଇଥିବା କ୍ଷତିର ଭରଣା ପାଇଁ ଦୀର୍ଘ ଦିନ ଲାଗିବ । ଯଦି ଯୁଦ୍ଧ ଅଧିକ ଦିନ ରହେ ତେବେ ବିଶ୍ୱବ୍ୟାପୀ ଗମ୍ଭୀର ପରିଣାମ ଦେଖିବାକୁ ମିଳିପାରେ । ଆଗାମୀ ସମୟ ଦେଶର ସବୁଠୁ ବଡ଼ ପରୀକ୍ଷା ନେବାକୁ ଯାଉଛି । ଏଥିରେ ସଫଳତା ପାଇବାକୁ ରାଜ୍ୟମାନଙ୍କ ସହଯୋଗ ଜରୁରି । ଆମକୁ ‘ଟିମ୍ ଇଣ୍ଡିଆ’ ଭଳି କାମ କରିବାକୁ ହେବ । ଉପସାଗରୀୟ ଦେଶରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି । ସେମାନଙ୍କ ସୁରକ୍ଷା ଆମର ପ୍ରାଥମିକତା । ଯୁଦ୍ଧ ଆରମ୍ଭ ପରଠାରୁ ଅଦ୍ୟାବଧି ପଶ୍ଚିମ ଏସିଆରୁ ୩ ଲକ୍ଷ ୭୫ ହଜାରରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ଇରାନରେ ମେଡିକାଲ୍ ପଢ଼ୁଥିବା ୭୦୦ ଛାତ୍ରଛାତ୍ରୀ ସାମିଲ ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *