ଶେୟାର ବଜାରରେ ଜବରଦସ୍ତ ସୁଧାର: ସେନସେକ୍ସ ୧୩୭୨ ପଏଣ୍ଟ ବୃଦ୍ଧି
ସୋମବାରର ବଡ଼ ହ୍ରାସ ପରେ ମଙ୍ଗଳବାର ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ବିଏସଇ ସେନସେକ୍ସ ୧,୩୭୨ ପଏଣ୍ଟ ବଢ଼ି ୭୪,୦୬୮.୪୫ରେ ଏବଂ ଏନଏସଇ ନିଫ୍ଟି ୪୪୫ ପଏଣ୍ଟ ବୃଦ୍ଧି ସହ ୨୨,୯୫୭.୮ ସ୍ତରରେ ବନ୍ଦ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ମଧ୍ୟରେ ସକାରାତ୍ମକ ଆଲୋଚନା ଖବର ପରେ ବିଶ୍ୱ ବଜାର ସହ ଭାରତୀୟ ବଜାରରେ ମଧ୍ୟ ଉତ୍ସାହ ଦେଖାଦେଇଛି। ଏଥିସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩୪ ପଇସା ସୁଧାର ସହ ୯୩.୬୩ରେ ପହଞ୍ଚିଛି। ଅନ୍ୟପଟେ, ଗୋଲ୍ଡମ୍ୟାନ୍ ସାକ୍ସ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୫.୯% କୁ ହ୍ରାସ କରିଥିବାବେଳେ ବିଦେଶୀ ନିବେଶକମାନେ ମଙ୍ଗଳବାର ବଜାରରୁ ପ୍ରାୟ ୧ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି।