୩୫ ଦିନ ପରେ ଏଲପିଜି ସିଲିଣ୍ଡର ବୁକିଂ ଦାବି ମିଛ: ସରକାର
ଗ୍ୟାସ୍ ସିଲିଣ୍ଡର ବୁକିଂ ନିୟମରେ ପରିବର୍ତ୍ତନକୁ ନେଇ ଆସୁଥିବା ସମସ୍ତ ରିପୋର୍ଟକୁ ସରକାର ଭୁଲ୍ ବୋଲି ଦର୍ଶାଇଛନ୍ତି। ଏଥିରେ କୁହାଯାଉଥିଲା ଯେ,ଏବେ ପିଏମ୍ ଉଜ୍ଜ୍ୱଳା ଯୋଜନା ଗ୍ରାହକମାନେ ୪୫ ଦିନ ଏବଂ ଅଣ-ଉଜ୍ଜ୍ୱଳା ଗ୍ରାହକମାନେ ୩୫ ଦିନ ପରେ ହିଁ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ନିୟମରେ ଏଭଳି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରିଫିଲ୍ ବୁକିଂର ପୁରୁଣା ନିୟମ ହିଁ ଜାରି ରହିବ। ଅର୍ଥାତ୍ ଗୋଟିଏ ସିଲିଣ୍ଡର ଡେଲିଭରି ହେବାର ୨୫ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ପାଇଁ ବୁକିଂ କରିହେବ। ୧୪.୨ କିଜି ବିଶିଷ୍ଟ ଘରୋଇ ସିଲିଣ୍ଡର ତୁଳନାରେ ୧୯ କେଜି ବିଶିଷ୍ଟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଯୋଗାଣ ଉପରେ ଅଧିକ ଚାପ ରହିଛି। ସେହିପରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କମର୍ସିଆଲ୍ ଏଲପିଜି କୋଟାରେ ଅତିରିକ୍ତ ୨୦% ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି।