ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ହୋଟେଲ ଗୁଡ଼ିକୁ ଚେତାବନୀ, ଏଲପିଜି ବିଲ୍ ଯୋଡ଼ିଲେ କାର୍ଯ୍ୟାନୁଷ୍ଠାନ

ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକ ଗ୍ରାହକଙ୍କଠାରୁ ଏଲପିଜି ଚାର୍ଜ ଆଦାୟ କରିପାରିବେ ନାହିଁ । ରେସ୍ତୋରାଁଗୁଡ଼ିକ ନିଜ ବିଲରେ ଖାଦ୍ୟ ଦର ବ୍ୟତୀତ କେବଳ ସରକାରୀ ଟିକସ ହିଁ ଯୋଡ଼ିପାରିବେ । ଏଲପିଜି ସଂକଟ ମଧ୍ୟରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ପ୍ରକାଶ କରିଛି ଯେ, ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ନିଜର ସମସ୍ତ ଖର୍ଚ୍ଚକୁ ମେନୁ୍ୟରେ ଦିଆଯାଇଥିବା ଦରରେ ହିଁ ସାମିଲ କରିବାକୁ ହେବ । ଯଦି କୌଣସି ରେସ୍ତୋରାଁ ଗ୍ୟାସର ବର୍ଦ୍ଧିତ ଦର କିମ୍ବା ଅନ୍ୟ କୌଣସି ପରିଚାଳନା ଖର୍ଚ୍ଚର ବାହାନା ଦେଇ ବିଲରେ ପୃଥକ ଭାବେ ଚାର୍ଜ ଯୋଡ଼ନ୍ତି ତେବେ ଏହାକୁ ନିୟମର ଉଲ୍ଲଂଘନ ଭାବେ ଗଣନା କରାଯିବ । ରେସ୍ତୋରାଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ହୋଟେଲ ଏପରି କରୁଥିଲେ ଗ୍ରାହକ ୪ଟି ଉପାୟରେ ଅଭିଯୋଗ କରିପାରିବେ । ରାଷ୍ଟ୍ରୀୟ ହେଲପଲାଇନ ନମ୍ବର ୧୯୧୫ରେ କଲ୍ କରିପାରିବେ । ଏନସିଏଚ୍ ଆପ୍ କିମ୍ବା ଇ-ଜାଗୃତି ପୋର୍ଟାଲ କିମ୍ବା ସିସିପିଏରେ ଅଭିଯୋଗ ଦାଖଲ କରିପାରିବେ । ଉଲ୍ଲେଖଯୋଗ୍ୟ, ନିକଟରେ ବେଙ୍ଗାଲୁରୁର ଏକ କାଫେ ୩୭୪ ଟଙ୍କାର ଲେମ୍ବୁପାଣି ବିଲରେ ୧୭ ଟଙ୍କାର ଗ୍ୟାସ୍ ଚାର୍ଜ ଲଗାଇଥିଲା ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *