ପେଟ୍ରୋଲ ଓ ଡିଜେଲ ଦାମ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଲା ନାୟରା କମ୍ପାନି
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରେ ଦେଶରେ ପ୍ରଥମ ଥର ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି । ତେବେ ସରକାରୀ ତୈଳ କମ୍ପାନୀ ଗୁଡ଼ିକର ଦର ଅପରବର୍ତ୍ତିତ ରହିଛି । ବେସରକାରୀ କମ୍ପାନି ନାୟରା ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଦର ଲିଟର ପ୍ରତି ୩ ଟଙ୍କା ଲେଖାଏଁ ବୃଦ୍ଧି ଘୋଷଣା କରିଛି । ବିପୁଳ କ୍ଷତି ହେଉଥିଲେ ମଧ୍ୟ ଅନ୍ୟତମ ଘରୋଇ କମ୍ପାନି ଜିଓ-ବିପି କିନ୍ତୁ ତେଲ ଦର ଅପରବର୍ତ୍ତିତ ରଖିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ଏବେ ବ୍ୟାରେଲ ପ୍ରତି ୧୧୯ ଡଲାରକୁ ବୃଦ୍ଧି ପାଇଥିବାରୁ ତେଲ କମ୍ପାନି ଗୁଡ଼ିକ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ସରକାରୀ ତେଲ କମ୍ପାନି ଗୁଡ଼ିର କ୍ଷତି ସରକାର ସବସିଡି ଜରିଆରେ ଭରଣା କରୁଛନ୍ତି । ନାୟରା ଦେଶର ସର୍ବବୃହତ ଘରୋଇ ତେଲ ବିପଣନ କମ୍ପାନି । ଏହା ଅଧୀନରେ ୬ ହଜାର ୯୬୭ଟି ପେଟ୍ରୋଲ ପମ୍ପ ରହିଛି ।