ଟ୍ରମ୍ପ ଏବେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି, କହିଲେ ସହଯୋଗୀ
ହୋର୍ମୁଜ ପ୍ରଣାଳୀ ଖୋଲୁ କି ନ ଖୋଲୁ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଉପରେ ବିଚାର କରୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ସମ୍ପର୍କରେ ସେ ତାଙ୍କ ପ୍ରଶାସନର ଶୀର୍ଷ ଅଧିକାରୀ ଓ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଛନ୍ତି । ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ଏଭଳି ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ହୋର୍ମୁଜ ଉପରେ ଆମେରିକା ନିର୍ଭରଶୀଳ ନୁହେଁ । ଏହି ଜଳମାର୍ଗ ଦେଇ ଆମେରିକା ତୈଳ କିମ୍ବା ଗ୍ୟାସ୍ ଆଣୁନାହିଁ । ଆମେରିକା ଯଦି ବଳପୂର୍ବକ ହୋର୍ମୁଜ ଖୋଲିବାକୁ ଉଦ୍ୟମ କରିବ ତେବେ ଯୁଦ୍ଧ ଲମ୍ବା ସମୟ ଚାଲିବ । ଯୁଦ୍ଧ ଇତିମଧ୍ୟରେ ୪ ସପ୍ତାହ ଅତିକ୍ରମ କରି ପଞ୍ଚମ ସପ୍ତାହରେ ପହଞ୍ଚିଛି । ତଥାପି ଟ୍ରମ୍ପ ପ୍ରଶାସନ ପାଖରେ ସୈନ୍ୟ ଅଭିଯାନ ବିକଳ୍ପ ରହିଛି । କିନ୍ତୁ ଏହା ପ୍ରାଥମିକତା ନୁହେଁ । ଟ୍ରମ୍ପଙ୍କ ଅନୁସାରେ ଇରାନର ମିସାଇଲ କ୍ଷମତା ଓ ନୌଶକ୍ତିକୁ ଧ୍ୱଂସ କରିବା ଯୁଦ୍ଧର ଉଦେ୍ଦଶ୍ୟ । ୬ ସପ୍ତାହ ଭିତରେ ଏହି ଲକ୍ଷ୍ୟ ହାସଲ ହେଲେ ଯୁଦ୍ଧ ବନ୍ଦ ହୋଇଯିବ ।