ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

India News

ବଢ଼ିଲା ପ୍ରିମିୟମ ପେଟ୍ରୋଲ-ଡିଜେଲ ଦର; ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି । ତେଲ କମ୍ପାନୀଗୁଡ଼ିକ ଗତକାଲି ରାତିରୁ ପ୍ରିମିୟର ଡିଜେଲ ମୂଲ୍ୟ ପ୍ରାୟ ୧.୫୦ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ତେଲ କମ୍ପାନୀଗୁଡ଼ିକର ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିଛି । ଏହି ବୃଦ୍ଧି ବିଶେଷ କରି ପରିବହନ, ଲଜିଷ୍ଟିକ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦିବ । ନୂତନ ଦର ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରିମିୟମ ଡିଜେଲ ମୂଲ୍ୟ ବର୍ତ୍ତମାନ ୯୫ରୁ ୯୬ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ ଇଣ୍ଡିଆନ ଅଏଲ କର୍ପୋରେସନ ଏହାର ପ୍ରିମିୟମ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛି । ଏବେ ଏକ୍ସପି ୧୦୦ ପେଟ୍ରୋଲର ମୂଲ୍ୟ ୧୧ ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୧୬୦ ଟଙ୍କାରେ ପହଞ୍ଚôଛି । ଏହି ଅସମୟରେ ଅତିରିକ୍ତ ଗ୍ରୀନ ପ୍ରିମିୟମ ଡିଜେଲର ମୂଲ୍ୟ ପ୍ରତି ଲିଟର ପିଛା ୯୧.୪୯ ଟଙ୍କାରୁ ୯୨.୯୯ ଟଙ୍କାକୁ ବୃଦ୍ଧି ଘଟିଛି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *