ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

Entertainment

୧୬ ଦିନରେ ୧୫୦୦ କୋଟିକୁ ଟପିଲା ‘ଧୂରନ୍ଧର-୨’ର ବକ୍ସ ଅଫିସ କଲେକ୍ସନ

ଆଦିତ୍ୟ ଧରଙ୍କ ସ୍ପାଏ ଡ୍ରାମା ‘ଧୂରନ୍ଧର-୨’ ୧୬ ଦିନରେ ବିଦେଶରେ ୩୭୫ କୋଟି ଟଙ୍କା କଲେକ୍ସନ କରିଛି । ଭାରତରେ ଏହାର ଗ୍ରସ କଲେକ୍ସନ ରହିିଛି ୧୧୪୮ କୋଟି ୫୮ ଲକ୍ଷ ଟଙ୍କା । ଉଭୟ ଦେଶ ଓ ବିଦେଶରେ ଏପର୍ଯ୍ୟନ୍ତ ଏହି ଫିଲ୍ମ ୧୫୨୩ କୋଟି ୫୮ ଲକ୍ଷ ଟଙ୍କା ଆୟ କରିପାରିଛି ।  ଫିଲ୍ମଟି ମୁକ୍ତି ଲାଭ କରିବାର ତିନି ସପ୍ତାହକୁ ଛୁଇଁଥିବା ବେଳେ ଦର୍ଶକଙ୍କ ଭିଡ଼ ଜାରି ରହିଛି । ପଞ୍ଚଦଶ ଦିବସରେ ଏହା ୧୮ କୋଟି ୩୦ ଲକ୍ଷ ଆୟ କରିଥିବା ବେଳେ ଷୋଡ଼ଶ ଦିବସରେ କରିଛି ୨୧ କୋଟି ୫୫ ଲକ୍ଷ ଟଙ୍କା । ଖୁବ ଶୀଘ୍ର ଏହା ଭାରତରେ ୧୨ଶହ କୋଟିର କଲେକ୍ସନକୁ ଟପିଯିବ ବୋଲି ଫିଲ୍ମ ସମୀକ୍ଷକ ମାନେ ଆକଳନ କରିଛନ୍ତି । ଉଲ୍ଳେଖଯୋଗ୍ୟ,ଫିଲ୍ମଟିରେ ରଣବୀର ସିଂହ, ରାକେଶ ବେଦୀ, ସାରା ଅର୍ଜୁନ, ଅର୍ଜୁନ ରାମପାଲ ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି ।

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *