ଇରାନ ଉପରେ ୧୨ ହଜାର ଆକ୍ରମଣ ହେଲାଣି, ତଥାପି ମିସାଇଲ ସୁରକ୍ଷିତ
ଲଗାତର ୫ ସପ୍ତାହ ଧରି ଜାରି ଆମେରିକା-ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ ଇରାନର ସାମରିକ ଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇନାହିଁ । ଆମେରିକାର ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି । ଇରାନର ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ଅଧା ମିସାଇଲ ଲଞ୍ଚର ଏବେ ମଧ୍ୟ ସୁରକ୍ଷିତ ରହିଛି । ସେଥିରୁ କିଛି ଲଞ୍ଚରକୁ ହମଲା ପରେ ମାଟିତଳେ ରଖାଯାଇଛି । କିନ୍ତୁ ସେଗୁଡିÿକ ସଂପୂର୍ଣ୍ଣ ନଷ୍ଟ ହୋଇନାହାନ୍ତି । ଏଥିସହ ଇରାନ ନିକଟରେ ହଜାର ହଜାର ଆତ୍ମଘାତୀ ଡ୍ରୋନ୍ ବି ଅଛି । ତେଣୁ ଇରାନ ଏବେ ବି ଶତ୍ରୁପକ୍ଷକୁ ଗମ୍ଭୀର କ୍ଷତି ପହଞ୍ଚାଇବାର କ୍ଷମତା ରଖିଛି । ଉପକୂଳର ସୁରକ୍ଷା ଲାଗି ବହୁ ସଂଖ୍ୟାରେ କ୍ରୁଜ ମିସାଇଲ୍ ବି ଅଛି । ଏହା ହୋର୍ମୁଜ ପ୍ରଣାଳୀରେ ଜାହାଜ ଲାଗି ବିପଦ ପାଲଟିଛି । ଅଦ୍ୟାବଧି ଇରାନର ୧୨,୩୦୦ରୁ ଅଧିକ ଠିକଣା ଉପରେ ଆକ୍ରମଣ କରାଯାଇଛି । ସେହିପରି ଇସ୍ରାଏଲ ଇରାନରେ ୨୦-୨୫ ପ୍ରତିଶତ ଲଞ୍ଚର ସକ୍ରିୟ ଥିବା ଆକଳନ କରିଛି ।