ODIA TECH BULLETIN

ଖବର ଯାହା ଚର୍ଚ୍ଚାରେ

BusinessWorld News

ପେଟ୍ରୋକେମିକାଲ୍ସ ସଂକଟରୁ ୫୦ଲକ୍ଷ ଚାକିରି ବିପଦରେ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପ୍ରଭାବିତ ହୋଇଛି ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆମଦାନି । ଯେଉଁଥିରୁ ପେଟ୍ରୋକେମିକାଲ ପ୍ରସ୍ତୁତ ହୋଇଥାଏ । ଭାରତକୁ ଆମଦାନି ହୋଇଥାଏ ପ୍ରାୟ ୪୫ ପ୍ରତିଶତ ପେଟ୍ରୋକେମିକାଲ ସାମଗ୍ରୀ । ଏହାର ଅଭାବ ଯୋଗୁ ବିଭିନ୍ନ ଶିଳ୍ପ କାରଖାନାରେ ପଡ଼ିଲାଣି ତାଲା । ଓଡ଼ିଶାସ୍ଥିତ ଭାରତୀୟ ତୈଳ ନିଗମର ପ୍ରୋପାଇଲିନ୍ ୟୁନିଟ୍, ମାଙ୍ଗାଲୋର ରିଫାଇନେରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡର ସେକେଣ୍ଡାରୀ ୟୁନିଟ୍, ଉତ୍ତର ପ୍ରଦେଶରେ ଗେଲ୍ ଇଣ୍ଡିଆର ପଲିଥାଇଲିନ୍ ୟୁନିଟ୍ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନର ଆକ୍ରିଲିକ୍ ଏସିଡ୍ ୟୁନିଟ୍  ଏବେ ବନ୍ଦ ରହିଛି । ପ୍ରାୟ ୩୦,୦୦୦ ଏମଏସଏମଇଙ୍କୁ ଏହା ବାଧିବ । ୫୦ ଲକ୍ଷ ଚାକିରି ଉପରେ ବିପଦ ଅଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । ବର୍ତ୍ତମାନ ସମୟରେ ବିଶ୍ୱର ୨୦ଧ ବିଶୋଧନାଗାର ବନ୍ଦ ହେବାର ସମ୍ଭାବନା ରହିଛି, ଯାହାକି ଭାରତକୁ ମଧ୍ୟ ପ୍ରଭାବିତ କରିବ । 

Arunodaya

Arunodaya Das is an independent Odia journalist and digital media professional with 9+ years of experience in journalism, including 7+ years in digital news media. He has worked with leading Odia newspapers and reports on Odisha news, Indian current affairs, technology, and global developments. He is the founder of OdiaTechBulletin, a popular Odia digital news platform delivering daily news updates and analysis for Odia audiences worldwide.

Leave a Reply

Your email address will not be published. Required fields are marked *