ଏଆଇ ନାମରେ ବିଭିନ୍ନ କମ୍ପାନୀରୁ ଚାଲିଛି ଛଟେଇ, ତିନି ମାସରେ ଗଲାଣି ୫୧ ହଜାର ଚାକିରି
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ପ୍ରଚଳନ ନାମରେ ଏବେ ବଡ଼ ବଡ଼ କମ୍ପାନିରୁ ଛଟେଇ ଚାଲିଛି । ଗତ ତିନି ମାସରେ ପ୍ରାୟ ୫୧ ହଜାର ଛଟେଇ ହୋଇଥିବା ଏକ ତଥ୍ୟରୁ ପ୍ରକାଶ । ଓରାକଲ କମ୍ପାନି ଗତ ମାର୍ଚ୍ଚ ୩୧ରେ ୨୦ ରୁ ୩୦ ହଜାର କର୍ମଚାରୀଙ୍କୁ ବିଦା କରିଛି । ଏହା କମ୍ପାନିର ୱାର୍କଫୋର୍ସର ୧୮ ପ୍ରତିଶତ । ମେଟା ମଧ୍ୟ ବାର୍ଷିକ ପ୍ଲାନ ଅନୁସାରେ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିଛି । ଆମାଜନ ଗତ ଜାନୁଆରୀରେ ୧୬ ହଜାର କର୍ପୋରେଟ ଚାକିରି ଶେଷ ଘୋଷଣା କରିଥିଲା । ଆଟଲାସିଆନ ମାର୍ଚ୍ଚ ମାସରେ ୧୬୦୦ ଛଟେଇ କରିଛି, ଯାହାକି କମ୍ପାନିର ମୋଟ କର୍ମଚାରୀଙ୍କ ୧୦ ପ୍ରତିଶତ । ବ୍ଲାକ ଇଙ୍କ୍ ଗତ ଫେବ୍ରୁଆରୀରେ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଏହା କମ୍ପାନିର ମୋଟ କର୍ମଚାରୀଙ୍କ ପ୍ରାୟ ୪୦ ପ୍ରତିଶତ । ଆମେରିକାରେ ସର୍ବାଧିକ ପ୍ରାୟ ୩୨ ହଜାର ଚାକିରି ଛଟେଇ ହୋଇଛି ।